Below header

ଭୁବନେଶ୍ୱରରେ ଆସନ୍ତାକାଲିଠୁ ଦୁଇ ଦିନ ଧରି ବସିବ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକ,ପହଞ୍ଚିଲେ ମୋହନ ଭାଗବତ

କେନ୍ୟୁଜ୍(ବ୍ୟୁରୋ):  ଫୋକସରେ ପୂର୍ବ କ୍ଷେତ୍ରରେ ଆରଏସଏସର ସଂଗଠନ ବୃଦ୍ଧି । ଭୁବନେଶ୍ୱର ତେରାପନ୍ଥ ଭବନରେ ଆସନ୍ତାକାଲିଠୁ ଦୁଇ ଦିନ ଧରି ବସିବ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକ । ଯୋଗଦେବେ ପୂର୍ବକ୍ଷେତ୍ର ଆସାମ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଆଣ୍ଡାମାନର ପ୍ରାନ୍ତ ସଂଘଚାଳକ, କାର୍ଯ୍ୟବାହ ଏବଂ ପ୍ରଚାରକ । ଆସନ୍ତାବର୍ଷର କାର୍ଯ୍ୟ ଯୋଜନା ଏବଂ ସାଂପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା ହେବ ।

ଏଥର କରୋନା କଟକଣା ପାଇଁ ଅଧିକ ସଂଖ୍ୟକ କାର୍ଯ୍ୟକର୍ତ୍ତାକୁ ନେଇ ମିଟିଂ ସମ୍ଭବ ହେଉନଥିବାରୁ ୧୧ଟି ଜୋନରେ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକ ଅନୁଷ୍ଠିତ ହେଉଛି । ଏହି ସମସ୍ତ ବୈଠକରେ ସରସଂଘ ଚାଳକ ମୋହନ ଭାଗବତଙ୍କ ସହ ସର କାଯ୍ୟର୍ ବାହ ସୁରେଶ ଭୈୟାଜୀ ଯୋଶୀ ଯୋଗ ଦେବେ । ଭୁବନେଶ୍ୱରରେ ହେବାକୁ ଥିବା ବୈଠକରେ କୋଭିଡ ୧୯ ମହାମାରୀ ସମୟରେ ସ୍ୱୟଂସେବକଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟର ସମୀକ୍ଷା ସହ ଶିକ୍ଷା, ସ୍ୱାସ୍ଥ୍ୟ, ଆତ୍ମନିର୍ଭରଶୀଳ ଭାରତ ଆଦି ବିଷୟରେ ଆଲୋଚନା ହେବ ।

ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଓଡ଼ିଶାରେ ବି ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ହେବ । ଏଥିପାଇଁ ବିଜେପି ସହ ସମନ୍ଵୟ ରକ୍ଷା କରି ଆରଏସଏସ କିଭଳି କାଯ୍ୟର୍ କରିବ ସେ ନେଇ ଆଲୋଚନା ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.