Below header

ଜବତ ୪୫ବସ୍ତା ଖୁଚୁରା ଟଙ୍କାର ଖୋଳତାଡ ଆରମ୍ଭ କରିଛି ଜିଏସଟି ବିଭାଗ

ଭୁବନେଶ୍ବର (କେନ୍ୟୁଜ୍) : ଭୁବନେଶ୍ୱରରୁ ଜବତ ୪୫ବସ୍ତା ଖୁଚୁରା ଟଙ୍କାର ଖୋଳତାଡ ଆରମ୍ଭ କରିଛି ଜିଏସଟି ବିଭାଗ । ଜବତ ମୁଦ୍ରା ୨୬ଲକ୍ଷ ଟଙ୍କାରୁ ଅଧିକ ହେବ । କୋଲକତାର କେଉଁ କେଉଁ ବ୍ୟବସାୟୀ ଏତେ ପରିମାଣର ଟଙ୍କା ଭୁବନେଶ୍ୱରକୁ ପଠାଇଥିଲେ ତାହା ସ୍ପଷ୍ଟ ହୋଇନି । ତେବେ ଦୁଇଟି ବସର ମାଲିକ, ଡ୍ରାଇଭରକୁ ପଚରାଉଚରା କରାଯାଉଛି।

ବସ୍ତା ବସ୍ତା ଖୁଚୁରା ଟଙ୍କାର ଚାଲିଛି ହିସାବ । କେତେବେଳେ ହାତରେ ଗଣତି ହେଉଛି ଆଉ କେତେବେଳେ ଓଜନ କରାଯାଉଛିା କୌଣସି ମନ୍ଦିର ହୁଣ୍ଡିରୁ ବାହାରିଥିବା ଖୁଚୁରା ପଇସା ନୁହେଁ, ଏ ହେଉଛି କୋଲକାତାରୁ ଭୁବନେଶ୍ୱର ବେଆଇନ୍‌ ଚୋରା ଚାଲାଣ ହେଉଥିବା ଖୁଚୁରା ପଇସା। ଗତକାଲି ଏସବୁ ଟଙ୍କାକୁ ଜବତ କରିଥିଲା ଜିଏସଟି ବିଭାଗ । ଦୁଇଟି ବସରୁ ମିଳିଥିଲା ୪୫ବସ୍ତା ଖୁଚୁରା ପଇସା।

ପ୍ରଶ୍ନ ଉଠୁଛି, କୋଲକାତାରୁ କିଏ ଏ ସବୁ ପଠାଇଥିଲା? ବରମୁଣ୍ଡା ବସଷ୍ଟାଣ୍ଡରୁ କିଏ ନେଇଥାନ୍ତା? ପୁରା ଘଟଣାର ମାଷ୍ଟରମାଇଣ୍ଡ କିଏ? ପୂର୍ବରୁ କେତେଥର ଏଭଳି ଚୋରା କାରବାର ହୋଇଛି ? ଉତ୍ତର ପାଇଁ ଦୁଇ ବସର ମାଲିକ ଓ ଡ୍ରାଇଭରକୁ ପଚରାଉଚରା ଚାଲିଛି ।
ଏ ଘଟଣାର ତଦନ୍ତ ପାଇଁ ଆଇବିଆଇକୁ ଅବଗତ କରାଯାଇଛି । ସବୁ ଟଙ୍କାକୁ ଆରବିଆଇକୁ ହସ୍ତାନ୍ତର କରାଯିବା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.