Below header

ସାରା ରାଜ୍ୟରେ ଶୀତର ଲହରୀ ଜାରି: ସର୍ବନିମ୍ନ ୪ ଡିଗ୍ରୀ ସେଲସିୟମ ସହ ସବୁଠୁ ଥଣ୍ଡା ସହର ପାଲଟିଛି ଫୁଲବାଣୀ

ଭୁବନେଶ୍ବର: ହାଡ଼ଭଙ୍ଗା ଜାଡ଼ରେ ଥରୁଛି ଓଡ଼ିଶା । ପୂରା ରାଜ୍ୟରେ ଶୀତର ଲହରୀ । ଅନେକ ସ୍ଥାନରେ ୧୦ ଡିଗ୍ରୀ ତଳେ ତାପମାତ୍ରା । ସର୍ବନିମ୍ନ ୪ ଡିଗ୍ରୀ ସେଲସିୟମ ସହ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି ଫୁଲବାଣୀ । ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ତୁଷାରପାତ ହେଉଛି। ଏପଟେ ରାଜ୍ୟର ୫ ଜିଲ୍ଲାକୁ ପ୍ରବଳ ଶୀତ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କକାଯାଇଛି ।

ଝାରସୁଗୁଡ଼ା, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି ଏବଂ ସୁନ୍ଦରଗଡ଼ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି କୋରାପୁଟ, ବରଗଡ଼ କନ୍ଧମାଳ, ନବରଙ୍ଗପୁର, ଦେବଗଡ଼, ବୌଦ୍ଧ, ସୋନପୁର, କଟକ, ମୟୂରଭଞ୍ଜ ଏବଂ ବଲାଙ୍ଗିରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆଗାମୀ ୩ରୁ ୪ଦିନ ଯାଏ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ରାତ୍ରି ତାପମାତ୍ରାରେ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ ।

ଉତ୍ତର ଓ ଉତ୍ତରପଶ୍ଚିମ ଦିଗରୁ ଆସୁଥିବା ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରଭାବରେ ରାଜ୍ୟରେ ଶୀତ ଲହରୀ ଅନୁଭୂତ ହେଉଛି । ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ରାତ୍ରି ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରି ସେଲସିୟସ କମ ରହିବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା ତିନି ଦିନ ଶୀତର ପ୍ରକୋପକୁ ଦେଖି ଜିଲ୍ଲାପାଳ ମାନଙ୍କୁ ଆଲର୍ଟ ରହିବାକୁ କହିଛନ୍ତି ଏସଆରସି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.