ଦୀର୍ଘ ୯ ମାସ ପରେ ହେଲା ଭକ୍ତ ଓ ଭଗବାନଙ୍କ ମିଳନ, ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକରୁ ରାଜନଅର ଯାଏ ନିର୍ମାଣ ହୋଇଛି ଅସ୍ଥାୟୀ ବ୍ୟାରିକେଡ

ପୁରୀ: ଖୋଲିଲା ଶ୍ରୀମନ୍ଦିର । ୯ ମାସ ପରେ ଭକ୍ତ ଓ ଭଗବାନଙ୍କ ହେଲା ମିଳନ । ପ୍ରଥମେ ସେବାୟତ ଓ ତାଙ୍କ ପରିବାର ଦର୍ଶନ କରୁଛନ୍ତି। ଦୀର୍ଘ ମାସ ପରେ ଶ୍ରୀଜିଉଙ୍କୁ ଦର୍ଶନ କରି ଭାବବିହ୍ଵଳ ହୋଇପଡିଛନ୍ତି। ଆଜିଠୁ ୩ ଦିନ ଧରି ସେବାୟତ ଓ ତାଙ୍କ ପରିବାର ମହାପ୍ରଭୁଙ୍କୁ ଦର୍ଶନ କରିବେ । ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ସକାଳ ୪ଟା ୪୦ରେ ସିଂହଦ୍ୱାର ଫିଟିବା ପରେ ଆରମ୍ଭ ହୋଇଥିଲା ଦର୍ଶନ। ମାର୍କେଟ ଛକରୁ ରାଜନଅର ଯାଏ ନିର୍ମାଣ ହୋଇଛି ଅସ୍ଥାୟୀ ବ୍ୟାରିକେଡ ।

ଏହି ବ୍ୟାରିକେଡ ଦେଇ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଯାଏଁ ଯାଉଛନ୍ତି । ସିଂହଦ୍ୱାର ଆଗରେ ୯ଟି ଲାଇନ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ସ୍ୱାସ୍ଥ୍ୟ ଓ ଅନ୍ୟ କୌଣସି ପରିଚୟପତ୍ର ଦେଖାଇ ସେମାନେ ଯେକୌଣସି ଦ୍ୱାର ଦେଇ ପ୍ରବେଶ କରୁଛନ୍ତି। ପ୍ରଥମ ପର୍ଯ୍ୟାୟ ଦର୍ସନ ୭ଟା ୩୦ରୁ ୧୧ଟା ୩୦ ଓ ଦ୍ୱିତୀୟ ପର୍ଯ୍ୟାୟ ଦର୍ସନ ୧୨ଟାରୁ ୪ଟା ଏବଂ ତୃତୀୟ ପର୍ଯ୍ୟାୟ ଦର୍ସନ ୪ଟା୩୦ରୁ ପହୁଡ ଯାଏଁ ଚାଲିବ। ୨୬ରୁ ୩୧ ତାରିଖ ଯାଏ ପୁରୀ ପୌରପାଳିକା ବାସୀଙ୍କ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରସ୍ତୁତ ହୋଇଛି ୱାର୍ଡ ୱାରୀ ତାଲିକା । ପ୍ରତି ପରିବାରକୁ ଚିରକୁଟି ଯୋଗାଇ ଦିଆଯିବ । ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.