ବାପରେ କି ମାଡ! ବିଚ୍ ରାସ୍ତାରେ କଲେଜ ଛାତ୍ରୀଙ୍କୁ ଚାପୁଡା ଉପରେ ଚାପୁଡା ମାରିଲେ ଯୁବକ

ସମ୍ବଲପୁର(କେନ୍ଯୁଜ୍): ସମ୍ବଲପୁର ଧମା ଥାନା ଅଞ୍ଚଳର  ରାସ୍ତା କଡ଼ରେ ଜଣେ କଲେଜ ଛାତ୍ରୀଙ୍କୁ ଜଣେ ଯୁବକଙ୍କ ଦ୍ୱାରା
ମାଡ଼ ମରାଯିବା ବେଳର ଭିଡିଓ ଭାଇରାଲ୍। ସଂଖ୍ୟାଧିକ ଛାତ୍ରଛାତ୍ରୀ କଲେଜରୁ ବାହାରି ବସଷ୍ଟାଣ୍ଡକୁ ଆସୁଥିବା ସମୟରେ ଘଟିଛି ଏହି ଘଟଣା । କଲେଜ ଓ ଗ୍ରୀଡ ମଝି ଅଞ୍ଚଳରେ ଜଣେ ଯୁବକ ସେଠାରେ ପହଂଚି ପ୍ରଥମେ କଲେଜର ଜଣେ ଛାତ୍ରୀଙ୍କ ସହିତ କଥାବର୍ତ୍ତା ହୋଇଥିଲେ ଏବଂ ତାଙ୍କ ମୋବାଇଲ ଚେକ କରିଥିଲେ। ଏହାପରେ ହଠାତ୍ ଯୁବକ ଜଣକ ପ୍ରତିବାଦ କଲା ଭଳି କିଛି କହବିାରୁ ଛାତ୍ରୀଜଣକ ନେହୁରା ହୋଇ ତାଙ୍କ ପାଦତଳେ ପଡି କ୍ଷମା ମାଗିଥିଲେ। କିନ୍ତୁ ଯୁବକ ରାଗରେ ପଞ୍ଚମ ହୋଇ ଛାତ୍ରୀଙ୍କୁ ଚାପଡୁ଼ା ଉପରେ ଚାପୁଡ଼ା ମାରି ଚାଲିଥିଲେ।

ସେହି ବାଟ ଦେଇଯାଉଥିବା ଛାତ୍ରଛାତ୍ରୀ ଏହା ଦେଖି ନଦେଖିଲା ଭଳି ଚାଲି ଯାଇଥିଲେ। ଯୁବକ ଜଣକ ଛାତ୍ରୀଙ୍କୁ ମାଡ଼ ମାରିବା ପରେ ଛାତ୍ରୀଙ୍କ ମୋବାଇଲ ଫୋନ ମଧ୍ଯ ରାସ୍ତାରେ କଚାଡି ଭାଙ୍ଗି ଦେଇଥିଲେ। ଏହି ଘଟଣାର ଭିଡିଓ ଏବେ ଫେସବୁକ ଓ ହ୍ବାଟସଆପରେ ଘୂରି
ବୁଲୁଛି। ଛାତ୍ରୀଙ୍କୁ ସର୍ବସାଧାରଣରେ ମାଡ଼ ମାରିଥିବା ଯବୁକକୁ ଗିରଫ କରାଯାଉ ବୋଲି ସାଧାରଣରେ ଦାବି କରାଯାଉଛି।
ଏ ବାବଦରେ କଲେଜର ଅଧ୍ୟକ୍ଷଙ୍କ ସହିତ ଯୋଗାଯୋଗ କରାଯାଇଥିଲା ଏହି ମାମଲା ତାଙ୍କ ଦୃଷ୍ଟିକୁ ଆସିଛି ବୋଲି ସେ କହିଛନ୍ତି।ଅନ୍ଯପଟେ  ଧମା ଥାନାଧିକାରୀ ଏହି ଘଟଣାର ଛାନବିନ କରୁଥିବା କହିଛନ୍ତି।

ସମ୍ବଲପୁରରୁ ଶ୍ରବଣ କୁମାର ପତିଙ୍କ ରିପୋର୍ଟ, କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.