ଓ୍ଵାର୍ଲ୍ଡ ରେକର୍ଡରେ ଦୁନିଆର ସବୁଠୁ ଛୋଟ ବଡ଼ି ବିଲଡର, ଉଚ୍ଚତା ମାତ୍ର ୩ ଫୁଟ ୪ ଇଞ୍ଚ 

ଆଜିକାଲି ପ୍ରତ୍ୟେକ ଲୋକ ନିଜ ଶରୀରର ଗଠନକୁ ଆହୁରି କିପରି ସୁନ୍ଦର କରିବେ ସେଥି ପାଇଁ  ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି । ଏମିତି କିଛି ଲୋକେ ଅଛନ୍ତି ଯେଉଁମାନେ ନିଜ ହାଇଟ ବା ଉଚ୍ଚତାକୁ ନେଇ ଅଧିକ କନ୍ସିୟସ ହୋଇଯାଆନ୍ତି । ଅଳ୍ପ ହାଇଟ ଥିବାରୁ ଅନେକ ଲୋକେ ଅସୁବିଧାର ସାମ୍ନା କରନ୍ତି । ଏମିତିକି ସେମାନଙ୍କୁ ସମାଜ ହୀନ ଦୃଷ୍ଟିରେ ଦେଖିଥାଏ । ଲୋକେ ଛୋଟ ହାଇଟ ଥିବା ମହିଳା ଓ ପୁରୁଷଙ୍କର ମଜା ଉଡାଇଥାଆନ୍ତି , ଯେଉଁଥିପାଇଁ ଉଚ୍ଚତା କମ ଥିବା ଲୋକେ ସବୁବେଳେ ଏହି କଥାକୁ ନେଇ ମନ ଉଦାସ କରିଥାଆନ୍ତି । କିନ୍ତୁ ଆମେ ଆଜି ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ବିଷୟରେ ଶୁଣିଲେ ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଯିଏ କି ନିଜର ଛୋଟ ହାଇଟକୁ ନିଜର ହତିଆର ବନାଇ ହୋଇପାରିଛନ୍ତି ଦୁନିଆର ସବୁଠାରୁ ଛୋଟ ବଡି ବିଲ୍ଡର । ସେ ପ୍ରମାଣ କରିଦେଇଛନ୍ତି ଛୋଟ ହାଇଟ ହେଲେ ମଧ୍ୟ ମଣିଷ କଠିନ ପରିଶ୍ରମ ମାଧ୍ୟମରେ ସବୁ କିଛି କରିପାରିବ । ଜଣଙ୍କ ପରିଶ୍ରମ କେବେ ବି ବୃଥା ଯାଏନି ।

ଏହି ବଡି ବିଲ୍ଡରଙ୍କ ନାମ ହେଉଛି ପ୍ରତୀକ ମୋହିତ, ବୟସ ଏବେ ୨୬ । ତେବେ ତାଙ୍କ ଉଚ୍ଚତା ମାତ୍ର ୩ ଫୁଟ ୪ ଇଞ୍ଚ । ଏତେ କମ ଉଚ୍ଚତା ହୋଇ ମଧ୍ୟ ସେ ଏହାକୁ ନିଜର ବଳ ବନାଇଛନ୍ତି ଆଉ ହୋଇଯାଇଛନ୍ତି ଦୁନିଆର ସବୁଠାରୁ ଛୋଟ ବଡି ବିଲ୍ଡର । ଖାଲି ସେତିକି ନୁହେଁ ପ୍ରତୀକ ବିଲ୍ଡରଙ୍କ ମାନ ଏବେ ଗିନିଜ ବୁକ ରେକର୍ଡ୍ସରେ ମଧ୍ୟ ସ୍ଥାନ ପାଇଛି । ପ୍ରତୀକଙ୍କ ଉଚ୍ଚତା ମାତ୍ର ୩ ଫୁଟ ୪ ଇଞ୍ଚ ଥିବାରୁ ଅନେକ ସମୟରେ ଲୋକେ ତାଙ୍କୁ ପରିହାସ କରିଛନ୍ତି । କିନ୍ତୁ ସେ ନିଜେ ପରିଶ୍ରମ କଲେ ଆଉ ବର୍ତ୍ତମାନ ସାରା ଦୁନିଆରେ ସେ ହୋଇଗଲେ ଫେମସ ।

mohit pratik
pc: times now

ରିପୋର୍ଟ ଅନୁଯାୟୀ ପ୍ରତୀକ ୧୬ ବର୍ଷ ବୟସରୁ ହିଁ ଓ୍ଵାର୍କଆଉଟ କରିବା ଆରମ୍ଭ କରିଦେଇଥିଲେ । ମହାରାଷ୍ଟ୍ରରେ ରହୁଥିବା ପ୍ରତୀକ ବିଠଲ ମୋହିତ ସବୁବେଳେ ନିଜ ଖାଇବା ପିଇବା ଉପରେ ମଧ୍ୟ ଧ୍ୟାନ ଦିଅନ୍ତି । । ଏହା ସହିତ ସେ ଦିନକୁ ଦୁଇଥର ଜିମ ଯାଆନ୍ତି ।ସେ ପ୍ରାୟ ୩୦ ମିନିଟ ସକାଳୁ ଦୌଡି ନିଜ ଦିନର ଆରମ୍ଭ କରି କରିଥାଆନ୍ତି ।

ନିଜର ସାଙ୍ଗ କହିବା ଅନୁସାରେ ପ୍ରତୀକ ଓ୍ଵାର୍ଲ୍ଡ ରେକର୍ଡ ପାଇଁ ନିଜର ନାମକୁ ଦେଇଥିଲେ । ସେ ନିଜ ନାମକୁ ଗିନିଜ ବୁକ ଅଫ ଓ୍ଵାର୍ଲ୍ଡ ରେକର୍ଡରେ ଦେବା ପାଇଁ ୩ ଥର ଚେଷ୍ଟା କରିଥିଲେ କିନ୍ତୁ ସେ ଅସଫଳ ରହୁଥିଲେ । ତାଙ୍କୁ ରିଜେକ୍ଟ କରାଦିଆ ଯ।ଉଥିଲା । ତିନି ଥର ରିଜେକ୍ଟ ହେବା ପରେ ବି ସେ ହାର ମାନି ନଥିଲେ ପୁଣି ଚତୁର୍ଥ ଥର ଭଲ ଭାବେ ପ୍ରସ୍ତୁତ ହୋଇ ନିଜ ନାମକୁ  ଓ୍ଵାର୍ଲ୍ଡ ରେକର୍ଡରେ ଦେବା ପାଇଁ ପଠାଇଥିଲେ । ତେବେ ଚତୁର୍ଥ ଥରରେ ତାଙ୍କ ନାମକୁ ସ୍ୱୀକାର କରାଯାଇଥିଲା ଓ ଏହା ସହ ସେ ଓ୍ଵାର୍ଲ୍ଡ ରେକର୍ଡ ମଧ୍ୟ ବନାଇଦେଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.