କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର, ଗଣେଶ ପୂଜାରୁ ଥିଲେ ନିଖୋଜ

ଭୁବନେଶ୍ୱର : ସତର ବର୍ଷର ପିଲା ନୃସିଂହ ପୃଷ୍ଟି । ଜଣେ କଲେଜ ଛାତ୍ର । ଯାହାର ଘର ବନମାଳିପୁର ଅନ୍ତର୍ଗତ ଡେରାସାହି ଅଞ୍ଚଳରେ । ସେ ପ୍ରାୟ ଛଅ ଦିନ ଧରି ନିଖୋଜ ଥିଲା । ହେଲେ ଏବେ ତାର ମୃତଦେହ ମିଳିଛି ଉତ୍ତରା ଗୁଡ଼ିଆ ପୋଖରୀ ନିକଟ କେନାଲରୁ ମିଳିଛି ।

ନୃସିଂହ ଗଣେଶ ପୂଜା ଦିନ ପ୍ରାୟ ଦିନ ଗୋଟାଏ ବେଳୁ ଘରୁ ବାହାରି ଆଉ ଫେରି ନଥିଲା । ଶିଶୁ ଅନନ୍ତ ମହାବିଦ୍ୟାଳୟରଛାତ୍ର ନୃସିଂହ ଟ୍ୟୁସନ ଯାଇ ଆଉ ଫେରିନଥିବା ଅଭିଯୋଗ ହୋଇଥିଲା । ପରିବାର ତରଫରୁ ଥାନାରେ ମଧ୍ୟ ଏତଲା ଦିଆ ଯାଇଥିଲା । ନୃସିଂହ ହେଉଛି ନାରାୟଣ ପୃଷ୍ଟିଙ୍କ ପୁଅ । ତାର ମୃତ୍ୟୁ କେମିତି ହେଲା ତାକୁ ନେଇ ଏବେ ବଡ଼ ସନ୍ଦେହ ସୃଷ୍ଟି ହୋଇଛି । ସ୍ଥାନୀୟ ପୋଲିସ୍‌ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.