ଏସିଆ କପ୍ : ଶ୍ରୀଲଙ୍କା ଆଗରେ ୧୭୪ ରନ୍ର ଟାର୍ଗେଟ୍ ରଖିଲା ଭାରତ

ଦୁବାଇ : ଏସିଆ କପ୍ର ଆଜି ଗୁରୁତ୍ୱପୂର୍ଣ୍ଣ ସୁପର ଫୋର୍ ମ୍ୟାଚ୍ରେ ଶ୍ରୀଲଙ୍କା ଆଗରେ ଭାରତ ରଖିଛି ରନ୍ର ୧୭୩ ବିଜୟ ଲକ୍ଷ୍ୟ । ଏବେ କେମିତି ରୋକିବେ ଶ୍ରୀଲଙ୍କାକୁ ଦେଖିବାର କଥା ।
ଶ୍ରୀଲଙ୍କା ଆଜି ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ଦେଇଥିଲା । ତା ସହିତ ପ୍ରଥମ ତିନି ଓଭରରେ ଏହାର ବୋଲରମାନେ ଟିମ୍ ଇଣ୍ଡିଆକୁ ଯେଉଁ ଝଟକା ଦୁଇଟି ଦେଇଥିଲେ ସେଥିରେ ଭାରତୀୟ କ୍ରିକେଟ୍ ପ୍ରେମୀ ନିରାଶ ହୋଇଥିଲେ । କେ.ଏଲ୍ ରାହୁଲ ମାତ୍ର ୬ ରନ୍ କରି ଏବଂ ବିରାଟ କୋହଲି ଖାତା ଖୋଲିବା ପୂର୍ବରୁ ଆଇଟ୍ ହୋଇ ଫେରିଥିଲେ । ତେବେ ଅଧିନାୟକ ରୋହିତ ଶର୍ମା ୪୧ ବଲ୍ରେ ୭୨ ରନ୍ ଏବଂ ସୂର୍ଯ୍ୟ କୁମାର ଯାଦବ ୨୯ ବଲ୍ରେ ୩୪ ରନ୍ କରି ପାଳି ସମ୍ଭାଳି ନେଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୧୭ ଏବଂ ଦୀପକ ହୁଦା ୩ ରନ୍ କରି ବିଦା ହୋଇଥିଲେ । ତାଙ୍କ ପରେ ପରେ ରିଷଭ ପନ୍ତ ୧୭ ରନ୍ କରି ଆଉଟ୍ ହେଲେ । ଶେଷ ଓଭରରେ ଯେଉଁ ସମୟରେ ରନ୍ ହାର ବଢ଼ିବା କଥା ସେତେବେଳେ ଭାରତ ଓ୍ଵିକେଟ୍ ହରାଇ ଚାଲିଥିଲା । ତେବେ ଅଶ୍ୱିନ୍ଙ୍କ ଅପରାଜିତ ୧୫ ରନ୍ ଯୋଗୁଁ ୨୦ ଓଭରରେ ୮ ଓ୍ଵିକେଟ୍ ହରାଇ ଭାରତ କରି ପାରିଥିଲା ୧୭୩ ରନ୍ ।