ଜୁଆ ଆଡ୍ଡାରେ କମିଶନରେଟ ପୋଲିସର ଚଢ଼ଉ; ୫ ଜୁଆଡ଼ି ଗିରଫ, କାର ସହ କୋଟିଏ ଟଙ୍କା ଜବତ

ଭୁବନେଶ୍ୱର: ରାଜଧାନୀରେ ଅନଲାଇନ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ଉ କରି ୫ ଜଣଙ୍କୁ ଗିରଫ କରିବା ସହ ପ୍ରାୟ ଏକ କୋଟି ଟଙ୍କା ଜବତ କରିଛି। ଏୟାରପୋର୍ଟ ଥାନା ଅଞ୍ଚଳରେ ଓୟୋ ରୁମ୍‌ରେ ଅନଲାଇନ ବେଟିଂ ଚାଲିଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ଏହି ଘଟଣାରେ ଝାଡ଼ଖଣ୍ଡର ୫ ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଛି । ଏଥିସହ ଇନୋଭା କାର୍‌ ମଧ୍ୟ ଜବତ କରିଛି ପୋଲିସ । ଏହି କାରରେ ଝାଡ଼ଖଣ୍ଡର ନମ୍ବର ପ୍ଲେଟ ରହିଛି । ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁଥିପାଇଁ ବେଟିଂ ଚାଲିଥିଲା ତାହା ଜଣାପଡ଼ିନାହିଁ । ଏଥିରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ସେନେଇ ପୋଲିସ ଖୋଳତାଡ଼ ଚଳାଇଛି। ତଦନ୍ତ ପରେ ଗୁମର ଫିଟିବ ବୋଲି କହିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.