Below header

ଆପଣଙ୍କ ଅଞ୍ଚଳର ହୋଇଥାଇ ପାରନ୍ତି ଏହି ମୃତ ମହିଳା, ଦେଖନ୍ତୁ ତାଙ୍କ ଶରୀରର ଚିହ୍ନକୁ ଓ ପୋଲିସକୁ ଖବର ଦେଇ ପୁରସ୍କୃତ ହୁଅନ୍ତୁ

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ବର ଅନ୍ଧାରୁଆରେ ମହିଳାଙ୍କ ମଣ୍ଡବିହୀନ ଶବ ମିଳିବା ଘଟଣା। ଏବେ ବି କଟାମୁଣ୍ଡର ମିଳିନି ସନ୍ଧାନ। ଯାହା ଏବେ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।ମହିଳାଙ୍କ ପରିଚୟ ପାଇଁ ସର୍ବସାଧାରଣରେ ପୋଷ୍ଟର ଲଗାଇଛି ପୋଲିସ । କେବଳ ସେତିକି ନୁହେଁ ଠିକଣା  ଦେବା ଲୋକକୁ ୫୦ ହଜାର ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ମଧ୍ୟ ଘୋଷାଣା କରିଛି  କମିଶନରେଟ ପୋଲିସ।

commissonrate poster

ପୋଷ୍ଟରେ  କଣ ଉଲ୍ଲେଖ କରିଛି ପୋଲିସ ?

ପୋଷ୍ଟରରେ ଲେଖାଅଛି  ଯେ ଜଣେ ମହିଳାଙ୍କ ମୁଣ୍ଡନଥିବା ଶବ ଚନ୍ଦକା ଥାନା ଅଧିନ ଅନ୍ଧାରୁଆ ନିକଟରୁ ଗତ ୪ ତାରିଖରେ ଉଦ୍ଧାର କରାଯାଇଛି।କୌଣସି ବ୍ୟକ୍ତି ମହିଳାଙ୍କ ପରିଚୟ ଜାଣିଥିଲେ ଚନ୍ଦକା ଆଇ.ଆଇ.ସି  କିମ୍ବା ଭୁବନେଶ୍ବର ଏସିପିଙ୍କୁ  ଯୋଗାଯୋଗ କରିପାରିବେ । ପୋଷ୍ଟରରେ ଆଇ.ଆଇ.ସି ଓ ଏସିପିଙ୍କ ନମ୍ବର  ମଧ୍ୟ ଦିଆଯାଇଛି। ଏହା ସହ ପରିଚୟ ଓ ଠିକଣା  ଦେଇ ପାରିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ଦିଅଯିବ  ବୋଲି ଲେଖାଯାଇଛି।

ମହଳାଙ୍କ ସବିଶେଷ ବିବରଣୀ:

ମହିଳାଙ୍କ ଉଚ୍ଚତା ୫ଫୁଟ ୩ ଇଞ୍ଚ ରହିଛି। ବର୍ଣ୍ଣ ହେଉଛି ଗହମ ରଙ୍ଗର ଓ ଗଠନ ମଧ୍ୟମ । ଏହା ସହିତ ମହିଳାଙ୍କ ଡାହାଣ ହାତ କହୁଣୀ ତଳକୁ ଏକ ତ୍ରୀଶୂଳ ଚିତ୍ରର ଟାଟୁ କଟାଯାଇଛି। ମହିଳାଙ୍କ ବୟସ ୩୦ରୁ ୩୫ ବର୍ଷ ମଧ୍ୟରେ ହେବ  ବୋଲି କମିଶନରେଟ ପୋଲିସ ତରଫରୁ ପୋଷ୍ଟରରେ ଉଲ୍ଲେଖ କରାଯାଇଛି।

ସେପଟେ ଆଜି ମହିଳାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ମହିଳାଙ୍କୁ ପ୍ରଥମେ ତଣ୍ଟି ଚିପି ହତ୍ୟା କରାଯାଇଛି । ପରେ ଧାରୁଆ ଅସ୍ତ୍ରରେ ମୁଣ୍ଡରୁ ଦେହ ଅଲଗା କରାଯାଇଛି । ଅଧିକ ତଥ୍ୟ ପାଇଁ ଏମ୍‌ସରେ ପୁଣି ଥରେ ପୋଷ୍ଟମର୍ଟମ କରାଯାଉଥିବାର ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.