ଦଶମ ପାସ୍‌ ପ୍ରାର୍ଥୀଙ୍କ ପାଇଁ ରେଳ ବିଭାଗରେ ନିଯୁକ୍ତି ସୁଯୋଗ, ବିନା ପରୀକ୍ଷାରେ ମିଳିବ ଚାକିରି

ରେଳ ବିଭାଗରେ ନିଯୁକ୍ତି ସୁଯୋଗ। ସେଣ୍ଟ୍ରାଲ ରେଲେଓ୍ଵ ରିକ୍ରୁଇଟ୍‌ମେଣ୍ଟ ସେଲ ତରଫରୁ ଅପରେଣ୍ଟିସ୍‌ ପଦରେ ଭର୍ତ୍ତି ପାଇଁ ନୋଟିଫିକେସନ୍‌ ଜାରି କରାଯାଇଛି। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ଏଥିପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଆବେଦନ କରିବା ପୂର୍ବରୁ ଅଫିସିଆଲ ୱେବ୍‌ସାଇଟ୍‌ https://www.rrccr.com/Home କୁ ଯାଇ ନୋଟିଫିକେସନ୍‌ ନିଶ୍ଚୟ ପଢ଼ିନିଅନ୍ତୁ। ସେଠାରେ ଆପଣଙ୍କୁ ସମସ୍ତ ସୂଚନା ମିଳିଯିବ। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୁମ୍ବାଇ, ଭୁସାବଳ, ପୁନେ, ନାଗପୁର ଓ ସୋଲପୁର ସମେତ ଅନ୍ୟ ରିଜିଅନ୍‌ରେ ଖାଲି ଥିବା ପଦ ପୂରଣ କରାଯିବ। ଏଥିପାଇଁ ଆବେଦନ ପ୍ରକ୍ରିୟା ୬ ଫେବ୍ରୁଆରୀ ୨୦୨୧ ଅର୍ଥାତ୍‌ ଆଜିଠାରୁ ଆରମ୍ଭ ହେଉଛି। ତେବେ ଆସନ୍ତୁ ଜାଣିବା ଏହି ନିଯୁକ୍ତି ସମ୍ପର୍କରେ…

ଆବେଦନ ଆରମ୍ଭ- ୦୬ ଫେବ୍ରୁଆରୀ ୨୦୨୧

ଆବେଦନ ଶେଷ-୦୫ ମାର୍ଚ୍ଚ ୨୦୨୧

ମୋଟ ପଦ ସଂଖ୍ୟା- ୨୫୩୨

ଶିକ୍ଷାଗତ ଯୋଗ୍ୟତା- ଦଶମରେ ୫୦ ପ୍ରତିଶତ

ଏହା ବ୍ୟତୀତ ପ୍ରାର୍ଥୀଙ୍କ ପାଖରେ ଆଇଟିଆଇ ଡିପ୍ଲୋମା ସାର୍ଟିଫିକେଟ୍‌ ଥିବା ଜରୁରୀ।

ବୟସ ସୀମା- ୧୫ରୁ ୨୪ ବର୍ଷ

ଆବେଦନ ଶୁଳ୍କ- ୧୦୦ ଟଙ୍କା

ଚୟନ ପ୍ରକ୍ରିୟା- ମାଟ୍ରିକ ପରୀକ୍ଷା ମାର୍କର ମେରିଟ୍‌ ଆଧାରରେ ପ୍ରାର୍ଥୀ ଚୟନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.