ରୁଟ୍‌ ଜମେଇଲେ ଦ୍ୱିଶତକ, ଇଂଲଣ୍ଡ ସ୍କୋର ୫୫୦ ରନ୍‌ ପାର୍‌

ଚେନ୍ନାଇ : ଡବଲ୍‌ ସେଞ୍ଚୁରୀ ମାରି ଅଧିନାୟକ ଜୋ ରୁଟ୍‌ ଇଂଲଣ୍ଡର ମୂଳଦୁଆକୁ ଏମିତି ଟାଣ କରିଛନ୍ତି ଯେ ପ୍ରଥମ ଟେଷ୍ଟରେ ଏହାକୁ ଦୋହଲାଇବା ଭାରତ ପକ୍ଷରେ ସମ୍ଭବ ହେବ ନାହିଁ । ଅବଶ୍ୟ ଗତକାଲି ପ୍ରଥମ ଦିନରେ ବିଶେଷ ସଫଳତା ମିଳିନଥିବା ଭାରତୀୟ ବୋଲରଙ୍କୁ ଆଜି ୫ଟି ଓ୍ଵିକେଟ୍‌ ମିଳିଛି । ଫଳରେ ଆଜି ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୮ ଓ୍ଵିକେଟ୍‌ ହରାଇ ୫୫୫ ରନ୍‌ ସ୍କୋର କରିଛି ।

ରୁଟ୍‌ ୩୭୭ ବଲ୍‌ ଖେଳି ୨୧୮ ରନ୍‌ରେ ଆଉଟ୍‌ ହୋଇଥିବା ବେଳେ ବେନ୍‌ ଷ୍ଟୋକ୍ସ ୮୨ ରନ୍‌ କରି ଆଉଟ୍‌ ହୋଇଛନ୍ତି । ପୋପ୍‌ ୩୪, ବଟଲର ୩୦, ଡୋମିନିକ ବେସ୍‌ ୨୮ ରନ୍‌ କରି ଅପରାଜିତ ଅଛନ୍ତି । ଭାରତ ପକ୍ଷରୁ ଇଶାନ୍ତ ଶର୍ମା, ଯଶପ୍ରୀତ ବୁମରା, ଅଶ୍ୱିନ୍‌ ଓ ନଦିମ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍‌ ନେଇଛନ୍ତି ।

ସ୍କୋର : ଇଂଲଣ୍ଡ ପ୍ରଥମ ଇନିଂସ୍‌-୮/୫୫୫

score-1

score-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.