Below header

ସାଇବର କ୍ରାଇମ୍‌ : ୩୦୦ କୋଟିରୁ ଅଧିକ ଇ-ମେଲ୍‌ ଓ ପାସ୍‌ଓ୍ଵାର୍ଡ ଲିକ୍‌, କାହିଁ ଆପଣଙ୍କ ଆକାଉଣ୍ଟ ଏଥିରେ ନାହିଁ ତ !

ନୂଆଦିଲ୍ଲୀ : ସବୁଦିନ ଆପଣ ହ୍ୟାକିଂ ଖବର ସମ୍ପର୍କରେ ଶୁଣୁଥିବେ । ହେଲେ ଆଜି ଆପଣଙ୍କୁ ଆମେ ଏପରି ଖବର କହିବୁ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରାୟ ୩୦୦ କୋଟିରୁ ଅଧିକ ଇ-ମେଲ୍‌ ଓ ପାସ୍‌ଓ୍ଵାର୍ଡ ଲିକ୍‌ ହୋଇଥିବା ନେଇ ଏକ ହ୍ୟାକିଂ ଫୋରମ୍‌ ପ୍ରକାଶ କରିଛି ।

ଏହି ୟୁଜର୍ସଙ୍କ ଡାଟା ହୋଇଛି ଲିକ୍‌ :

ଅନ୍‌ଲାଇନ ହ୍ୟାକିଂ ଫୋରମ୍‌ ଅନୁଯାୟୀ LinkedIn, Minecraft, Netflix, Badoo, Pastebin ଏବଂ Bitcoin ୟୁଜର୍ସମାନଙ୍କ ଇ-ମେଲ୍‌ ଓ ପାସ୍‌ଓ୍‌ାର୍ଡ ଗୋଟିଏ ସ୍ଥାନରେ ରଖାଯାଇଛି । ହ୍ୟାକର୍ସଙ୍କ ଦ୍ୱାରା ଅଧିକ ଶିକାର ହୋଇଛନ୍ତି ନେଟ୍‌ଫ୍ଲିକ୍ସ ଓ ଗୁଗୁଲ୍‌ ପାଇଁ ଗୋଟିଏ ପାସ୍‌ଓ୍ଵାର୍ଡ ବ୍ୟବହାର କରୁଥିବା ୟୁଜର୍ସମାନେ ।

ଡାଟା ଲିକ୍‌କୁ ଏହି ନାମ ଦିଆଯାଇଛି :

ସାଇବର ନ୍ୟୁଜ୍‌ ରିପୋର୍ଟ ଅନୁସାରେ Netflix, LinkedIn ଏବଂ Bitcoin ଭଳି ପ୍ଲାଟଫର୍ମରେ ଅଧିକ ଡାଟା ଲିକ୍‌ ହୋଇଛି । ଯାହାକୁ ‘Compilation of Many Breaches ’ ବୋଲି କୁହାଯାଉଛି । ଲିକ୍‌ ହୋଇଥିବା ଡାଟାକୁ ପାସ୍‌ଓ୍ଵାର୍ଡ ପ୍ରୋଟେକ୍ଟେଡ୍‌ କଣ୍ଟେନର ରେ ଗୋଟିଏ ସ୍ଥାନରେ ରଖାଯାଇଛି । ଏହା ପୂର୍ବରୁ ୨୦୧୭ ମସିହାରେ ୧୦୦ କୋଟି ରୁ ଅଧିକ ଲୋକଙ୍କ ଡାଟା ଲିକ୍‌ ହୋଇଥିଲା ।

ଏମିତି ଜାଣନ୍ତୁ ଆପଣଙ୍କ ଆକାଉଣ୍ଟ ଲିକ୍‌ ହୋଇଛି କି ନାହିଁ :

ସର୍ବ ପ୍ରଥମେ ଆପଣ ଆପଣଙ୍କ ପାସ୍‌ଓ୍ଵାର୍ଡ ବଦଳାଇ ଦିଅନ୍ତୁ । ଏହାଛଡା ଆପଣ haveibeenpwned.com और cybernews.com/personal-data-leak-check େଓ୍ଵବସାଇଟ୍‌ ଯାଇ ଆପଣଙ୍କ ଡାଟା ଲିକ୍‌ ହୋଇଛି କି ନାହିଁ ଚେକ୍‌ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.