ରାଜଧାନୀରେ ରକ୍ତ ଚରିତ୍ର ଗ୍ୟାଙ୍ଗର ଭିଡିଓ ଭାଇରାଲ ପରେ ଆକ୍ସନ ମୁଡ୍‌ରେ ପୋଲିସ: ଧରିବା ପାଇଁ ଡେରା ପକାଇଛନ୍ତି ସ୍ବତନ୍ତ୍ର ଟିମ୍‌

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀରେ ରକ୍ତ ଚରିତ୍ର ଗ୍ୟାଙ୍ଗର ଭିଡିଓ ଭାଇରାଲ ପରେ ଆକ୍ସନ ମୁଡ୍‌ରେ କମିଶନରେଟ ପୋଲିସ । ଗୋଟିଏ ପରେ ଗୋଟିଏ ଭିଡିଓ ସାମ୍ନାକୁ ଆସୁଛି । ଏହି ଗ୍ୟାଙ୍ଗ୍‌ର ୫ ଜଣ ଯୁବକଙ୍କୁ ଗିରଫ କରିଥିଲା କମିଶନରେଟ୍‌ ପୋଲିସ । ଅନ୍ୟ ସଦସ୍ୟଙ୍କୁ ଧରିବା ପାଇଁ ଗଠନ ହୋଇଛି ସ୍ୱତନ୍ତ୍ର ଟିମ୍‌ । ବିଭିନ୍ନ ଛକ ଓ ଏକାନ୍ତ ସ୍ଥାନରେ ଏମାନଙ୍କୁ ଧରିବା ପାଇଁ ଟିମ୍‌ ଡେରା ପକାଇଛନ୍ତି । ଖୁବ୍‌ଶୀଘ୍ର ଗ୍ୟାଙ୍ଗ୍‌ର ଅନ୍ୟ ସଦସ୍ୟଙ୍କୁ ଧରାଯିବ ବୋଲି କହିଛନ୍ତି ପୋଲିସ କମିଶନର ।

ରାଜଧାନୀରେ ରକ୍ତ ଚରିତ୍ର ଗ୍ୟାଙ୍ଗ ରାତି ହେଲେ ଉତ୍ପାତ କରୁଛନ୍ତି । ହାତରେ ବନ୍ଧୁକ ଓ ମାରଣାସ୍ତ୍ର ଧରି ଦାମୀ ଗାଡ଼ିରେ ବୁଲୁଛନ୍ତି । ନିଶାରେ ଚୁର ହୋଇ ବିଚ୍‌ ରାସ୍ତାରେ ମତୁଆଲା ଡ୍ୟାନ୍ସ କରୁଛନ୍ତି । ରାଜଧାନୀର ବିଭିନ୍ନ ଅଞ୍ଚଳରେ ବୁଲି ବୁଲି ଭିଡିିଓ ସୁଟ୍‌ କରିବା ସହ ସୋସିଆଲ୍‌ ମିଡିଆରେ ଭିଡିଓ ପୋଷ୍ଟ କରୁଛନ୍ତି । ଭୟରେ ରାତିରେ ଲୋକ ଘରୁ ପାଦ କାଢିବାକୁ ଡରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.