ଓଏଫ୍‌ଏସ୍ ସୁଧାଂଶୁ ଶେଖର ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର, ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ ସରକାର ନେଲେ ନିଷ୍ପତ୍ତି

ଆଠଗଡ଼(କେନ୍ୟୁଜ୍): ଓଏଫ୍‌ଏସ୍ ସୁଧାଂଶୁ ଶେଖର ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର । ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ ଅବସର ଦେଲେ ସରକାର । ୨୦୧୬ରେ ଆଠଗଡ଼ର ଡିଏଫ୍‌ଓ ଥିବା ବେଳେ ସୁଧାଂଶୁ ମିଶ୍ର ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡ଼ିଥିଲେ । ଭିଜିଲାନ୍ସ ଚଢାଉ ବେଳେ ତାଙ୍କ ଠାରୁ ୫.୫ କୋଟିର ସମ୍ପତ୍ତି ମିଳିଥିଲା । ଏକ କୋଟିରୁ ଅଧିକ ନଗଦ ଟଙ୍କା ଜବତ ହୋଇଥିଲା । ଜଣେ ସରକାରୀ ଅଧିକାରୀଙ୍କ ଘରୁ ଏତେ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ମିଳିବା ପରେ ୨୫ ଫେବୃଆରୀ ୨୦୧୬ରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଭିଜିଲାନ୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.