ଭଦ୍ରକ: ଆରଡି ବାଇପାସ୍ ରୋଡରେ ଗଛକୁ ପିଟିଲା ଟାଟା ମେଜିକ୍, ୬ ଆହତ

ଭଦ୍ରକ(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ଆରଡି ଆଖଣ୍ଡଳମଣି ପୀଠକୁ ଆସୁଥିବା ଏକ ଯାତ୍ରୀବାହି ଟାଟା ମେଜିକ୍ ଗାଡି ଦୁଘର୍ଟଣା ଗ୍ରସ୍ତ ଘଟି ୬ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ପ୍ରଥମେ ଆରଡି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ କରାଯାଇ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ସମସ୍ତ ଆହତ ବାସୁଦେବପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ଏକ ଟାଟା ମେଜିକ୍ ଗାଡିରେ ବାସୁଦେବପୁର ଅଞ୍ଚଳରୁ ୧୨ ଜଣ ଯାତ୍ରୀ ଆରଡିକୁ ଆସିବା ବାଟରେ ଆରଡି ବାଇପାସ୍ ରୋଡରେ ଗାଡି ଆଗକୁ ଏକ ସାଇକେଲ୍ ଚାଲିଆସିବାରୁ ଗାଡିଟି ରାସ୍ତା କଡରେ ଥିବା ଗଛରେ ବାଡେଇ ହୋଇଯାଇଥିଲା। ଫଳରେ ଗାଡିରେ ଥିବା ୧୨ ଜଣ ଯାତ୍ରୀଙ୍କ ମଧ୍ୟରୁ ୬ ଜଣ ଆହତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.