Below header

ଇସ୍ରୋ ବୈଜ୍ଞାନିକ ଭାବେ ସଫଳତା ହାସଲ କଲେ କନ୍ଧମାଳରୁ ଆଦିବାସୀ ଯୁବକ ଅଭିମନ୍ୟୁ

କନ୍ଧମାଳ(କେନ୍ୟୁଜ୍): ଆଦିବାସୀ ପରିବାରରୁ ଇସ୍ରୋ ବୈଜ୍ଞାନିକ । ନିପଟ ମଫସଲରୁ ଶ୍ରୀହରିକୋଟା । କନ୍ଧମାଳ ଚକାପାଦ ବ୍ଲକର ସିମ୍ବାଲି ଗାଁରୁ ଯାଇ ସଫଳତା ହାସଲ କରିଛନ୍ତି ଅଭିମନ୍ୟୁ ମଲ୍ଲିକ । ନିଜର ନିଷ୍ଠା, ଉଦ୍ୟମ ଓ ପରିଶ୍ରମ ବଳରେ ଆଜି ହୋଇପାରିଛନ୍ତି ଇସ୍ରୋର ବୈଜ୍ଞାନିକ । ମହାକାଶ ବିଷୟରେ ସଚେତନ ପାଇଁ ଭ୍ରମଣ କରିଥିବା ଇସ୍ରୋ ବସ୍‌ରେ ଅଭିମନ୍ୟୁ ଆସିଥିଲେ ଫୁଲବାଣୀ । ଅଭିମନ୍ୟୁଙ୍କ ତତ୍ତ୍ୱାବଧନରେ ମୋବାଇଲ୍ ସାଇନ୍ସ ବସ୍ ୨ ଦିନ ପାଇଁ ଆସିଥିଲା । ମହାକାଶ ବିଜ୍ଞାନ ସଂପର୍କରେ ଇସ୍ରୋର ଚନ୍ଦ୍ରଯାନ ଓ ମଙ୍ଗଳଯାନ ବିଷୟରେ ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀ ଓ ଲୋକଙ୍କୁ ସଚେତନ କରାଇଥିଲେ । ଦଶମ ଶ୍ରେଣୀରେ ଜିଲ୍ଲାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ ଅଭିମନ୍ୟୁ । ସେ ଇଞ୍ଜିନିୟରିଂରେ ଡିପ୍ଲୋମା କରିଛନ୍ତି । ୨୦୧୦ରେ ଇସ୍ରୋର ଏକ ପରୀକ୍ଷାରେ ପାସ୍ ହୋଇ ବୈଜ୍ଞାନିକ ଭାବେ ଶ୍ରୀହରିକୋଟା ସତୀଶ ଧାଓ୍ଵନ କେନ୍ଦ୍ରରେ ନିଯୁକ୍ତି ପାଇଥିଲେ । ଅଭିମନ୍ୟୁଙ୍କ ସଫଳ ପ୍ରୟାସକୁ ଜିଲ୍ଲାର ସମସ୍ତ ବୁଦ୍ଧିଜୀବୀ ବେଶ୍ ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.