Below header

ଗୋଇଠା ମାରି ଆଶୀର୍ବାଦ ଦେଉଛନ୍ତି ବ୍ରାହ୍ମଣ

ଖୋର୍ଦ୍ଧା(କେନ୍ୟୁଜ୍): ମଙ୍ଗଳବାର ଥିଲା ବିଜୟା ଦଶମୀ । ଏହି ଅବସରରେ ଗାଡ଼ି ପୂଜା କରିବାର ପରମ୍ପରା ରହିଛି । ହେଲେ ଗାଡ଼ି ପୂଜା ବେଳେ ଖୋର୍ଦ୍ଧା ବାଣପୁରର ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଗାଡ଼ି ପୂଜା କରୁଛନ୍ତି ବ୍ରାହ୍ମଣ। ଗାଡ଼ି ପୂଜା କରି ସାରିବା ପରେ ଗାଡ଼ି ଆଗରେ ବସିଛନ୍ତି ଲୋକେ । ବ୍ରାହ୍ମଣ ମନ୍ତ୍ରପାଠ କରିବା ପରେ ଲୋକଙ୍କୁ ଦେଇଥିଲେ ଆଶୀର୍ବାଦ । ତାହା ପୁଣି ଗୋଇଠା ଆଶୀର୍ବାଦ । ଗୋଇଠା ମାରି ଆଶୀର୍ବାଦ ଦେଉଛନ୍ତି ନନା । ଏଥିରୁ ବାଦ୍ ପଡ଼ୁନାହାନ୍ତି ଛୋଟ ପିଲା । ସେଠାରେ ବସିଥିବା ଛୋଟ ପିଲାଙ୍କୁ ବି ଗୋଇଠା ମାରି ଆଶୀର୍ବାଦ ଦେଉଛନ୍ତି । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ବ୍ରାହ୍ମଣ ଏପରି ଆଶୀର୍ବାଦ କାହିଁକି ଦେଲେ ? ଏହା ଆଶୀର୍ବାଦ ଦେବାର କ’ଣ ପରମ୍ପରା ରହିଛି ? ଏହାକୁ ନେଇ ଏମିତି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.