ରାତିରେ ଦେଖିଲେ ସ୍ୱପ୍ନ ସକାଳୁ ହୋଇଗଲା ସତ, ଆଉ ଯୁବକ ହୋଇଗଲେ କୋଟିପତି

ସାଧାରଣତଃ ମଣିଷ ରାତିରେ ଶୋଇବା ପରେ ସ୍ୱପ୍ନ ଦେଖନ୍ତି ଯେଉଁଥିରେ କିଛି ଭଲ ସ୍ୱପ୍ନ ରହିଥାଏ ତ ଆଉ କିଛି ବହୁତ ଭୟଙ୍କର ଥାଏ। ଅଧିକାଂଶ ଲୋକ ରାତିରେ ଦେଖିଥିବା ସ୍ୱପ୍ନକୁ ସକାଳୁ ଭୁଲିଯାନ୍ତି ଏବଂ ଆଉ କିଛି ଲୋକ ଏହାକୁ ମନେରଖନ୍ତି ଓ ଭାବନ୍ତି କଣ ସ୍ୱପ୍ନ ବାସ୍ତବରେ ସତ ହୋଇଥାଏ।

କିନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁୁ ସ୍ୱପ୍ନ ସତ ହୁଏ। କାରଣ କର୍ଣ୍ଣାଟକ ମଙ୍ଗାଲୁରୁର ଜଣେ ୨୪ ବର୍ଷିୟ ଯୁବକ ମହମ୍ମଦ ଫୈୟାଜ ରାତିରେ ଏକ ସ୍ୱପ୍ନ ଦେଖିଥିଲେ ଯାହା ବାସ୍ତବରେ ସତ ହୋଇଛି ଏବଂ ଏହାପରେ ତାଙ୍କର ଭାଗ୍ୟ ବଦଳିଯାଇଛି।

jackpotମହମ୍ମଦଙ୍କୁ ଆବୁଧାବିରେ ପ୍ରାୟ ୨୩ କୋଟି ଟଙ୍କା ଲଟେରୀ ଜିତିଛନ୍ତି। ସେ ଜଣାଇଛନ୍ତି ଯେ ଏହାପୂର୍ବରୁ ୬ ଥର ଲଟେରୀ ଟିକେଟ କିଣିସାରିଥିଲେ କିନ୍ତୁ ଶେଷ ଥର ସେ ଆବୁଧାବୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ବିଗ୍ ଟିକେଟରୁ ଲଟେରୀ ଟିକେଟ କିଣିଥିଲେ। ଯାହା ଏବେ ତାଙ୍କ ଭାଗ୍ୟକୁ ପରିବର୍ତ୍ତନ କରିଦେଇଛି।

moneyସେ ଜଣାଇଛନ୍ତି ଯେ ଗୋଟିଏ ଦିନ ପୂର୍ବରୁ ସେ ସ୍ୱପ୍ନ ଦେଖିଥିଲେ ଯେ ସେ ଜ୍ୟାକପଟ୍ ଜିତିଛନ୍ତି ଏବଂ ତାର ଠିକ ପରଦିନ ସକାଳେ ଆବୁଧାବୀରୁ ଫୋନ ଆସିଲା ଯେ ସେ ଲଟେରୀ ଜିିତିଛନ୍ତି। ତେବେ ବାପା ମା’ଛେଉଣ୍ଡ ମହମ୍ମଦ ଏହି ଟଙ୍କାକୁ ନିଜ ଭାଇ ଭଉଣୀଙ୍କ ପାଠ ପଢ଼ା ଏବଂ ଘର ବନାଇବାରେ ବ୍ୟବହାର କରିବେ। ତେବେ ଏହି ଘଟଣାରୁ ଜଣାପଡିଲା ଯେ ସ୍ୱପ୍ନ ବି ସତ ହୋଇଥାଏ। କେବେ ଏହା ଖରାପ ସୂଚନା ଦେଇଥାଏ ତ ଆଉ କେବେ ମହମ୍ମଦଙ୍କ ଭାଗ୍ୟକୁ ବଦଳାଇବା ଭଳି ଭାଗ୍ୟକୁ ମଧ୍ୟ ପରିବର୍ତ୍ତନ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.