ରାଜଧାନୀରେ କଂଗ୍ରେସର ବିକ୍ଷୋଭ : ସିବିଆଇ ବିବାଦ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲେ ଶହ ଶହ କର୍ମୀ

ଭୁବନେଶ୍ୱର (କେନ୍ୟୁଜ୍) : ରାଜ୍ୟ କଂଗ୍ରେସ ପକ୍ଷରୁ ବିକ୍ଷୋଭ । ଦଳୀୟ କର୍ମୀମାନେ କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରାରେ ବାହାରି ସିବିଆଇ ଅଫିସ ପର୍ଯ୍ୟନ୍ତ ଆସିଥିଲେ । ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଶତାଧିକ କଂଗ୍ରେସ ନେତା ଓ କର୍ମୀ । ପିସିସି ସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ ସିବିଆଇ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇବା ନିଷ୍ପତ୍ତିକୁ ନେଇ କେନ୍ଦ୍ର ବିରୋଧରେ ନାରା ଦେଇଥିଲେ କଂଗ୍ରେସ ନେତା ଓ କର୍ମୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.