Below header

ଶାଶୁଙ୍କ ମନ ଜିଣିବା ପାଇଁ ଏହା ହେଉଛି ସହଜ ଉପାୟ, କେବେ ହେବନି ଫେଲ୍

ବିବାହ ପରେ ଗୋଟିଏ ଝିଅ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି କେମିତି ଶାଶୁଘର ସହ ଉତ୍ତମ ସମ୍ପର୍କ ରହିବ । ଖାସ୍ କରି ଶାଶୁଙ୍କ ସହ । ଯାହା ଫଳରେ ନୂଆ ଘରେ ଆଡଜଷ୍ଟ କରିବାରେ କୌଣସି ସମସ୍ୟା ହେବ ନାହିଁ । ଏହା ଆଉ ଏକ କଥା ହେଉଛି ପରିବାର ଲୋକ ଖୁସି ରହିଲେ ସ୍ବାମୀ ମଧ୍ୟ ଆପଣଙ୍କ ଉପରେ ଖୁସି ରହିବେ । ହେଲେ ଶାଶୁଙ୍କୁ ଖୁସି କରିବା ଏତେ ସହଜ ନୁହେଁ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ଜଣାଇବୁ ଯାହା ଆପଣଙ୍କୁ ସାହାଯ୍ୟ କରିବ ନିଜ ଶାଶୁଙ୍କୁ ଖୁସି କରିବାରେ ।

– ବିବାହ ପରେ ନୂଆ ପରିବାର ସହ ଅନେକ ନୂଆ ସମ୍ପର୍କ ଆପଣଙ୍କ ସହ ଯୋଡି ହୋଇଥାଏ । ତେଣୁ ପିତା ମାଙ୍କଠୁ ମଧ୍ୟ ଅଧିକ ଗୁରୁତ୍ବ ଶାଶୁ ଶଶୁରଙ୍କୁ ଦିଅନ୍ତୁ । ସମସ୍ତଙ୍କ ନିଜ ସ୍ନେହ ପ୍ରେମରେ ଏକାଠି ରଖନ୍ତୁ ।

– ଅବିବାହିତ ଥିବା ସମୟରେ ସବୁକିଛି ନିଜ ହିସାବରେ କରୁଥିଲେ । କିନ୍ତୁ ବିବାହ ପରେ ଏସବୁ ହଠାତ୍ ସମ୍ଭବ ନୁହେଁ । କିନ୍ତୁ ଥରେ ଯଦି ଶାଶୁଙ୍କ ମନ ଜିତି ନେଉଛନ୍ତି ତେବେ ସେ ମଧ୍ୟ ଆପଣଙ୍କ ଇଛାକୁ ସମ୍ମାନ ଦେବେ । କିନ୍ତୁ ମନେ ରଖନ୍ତୁ ସ୍ବାଧୀନତା ମିଳିଲା ବୋଲି ଏହାର ଫାଇଦା ଉଠାନ୍ତୁ ନାହିଁ । ଏମିତି କୌଣସି କାର‌୍ୟ୍ୟ କରନ୍ତୁ ନାହିଁ ଯାହା ଫଳରେ ଆପଣଙ୍କ ଛବି ଖରାପ ହେବ ।

motherinlaw– ମନେ ରଖନ୍ତୁ ଆପଣଙ୍କ ସ୍ବାମୀଙ୍କ ଜୀବନର ପ୍ରଥମ ମହିଳା ହେଉଛନ୍ତି ତାଙ୍କ ମା ଯାହାକୁ ସେ ପ୍ରେମ ଏବଂ ପୂଜା କରନ୍ତି । ଆପଣଙ୍କ ନମ୍ବର ସବୁବେଳେ ତାଙ୍କ ପରେ ହିଁ ଆସିବ । ତେଣୁ ସ୍ବାମୀଙ୍କ ପ୍ରେମ ପାଇବାକୁ ହେଲେ ଶାଶୁଙ୍କୁ ମା’ ପରି ସ୍ନେହ କରନ୍ତୁ ।

– ଶାଶୁଙ୍କ ଇଜ୍ଜତ ସବୁବେଳେ କରନ୍ତୁ । କୌଣସି ଜରୁରୀ କାମ କାମ ସମୟରେ ଶାଶୁଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ । ଏହା ଫଳରେ ଶାଶୁଙ୍କ ମନରେ ଆପଣଙ୍କ ପାଇଁ ସ୍ନେହ ଆସିବ ।

– ସବୁ ଘରେ ଛୋଟ ଛୋଟ ଝଗଡା ତ ନିଶ୍ଚୟ ହୋଇଥାଏ । ତେବେ ଏମିତିରେ ଆପଣଙ୍କୁ ନିଜ ଉପରେ ସଂଯମତା ରଖିବାକୁ ପଡିବ । ଯଦି କୌଣସି କାରଣରୁ ଶାଶୁଙ୍କ ସହ ବିବାଦ ହେଉଛି ତେବେ ଏହାକୁ ବଢାନ୍ତୁ ନାହିଁ । କଥାବର୍ତ୍ତା କରି ସମସ୍ୟାକୁ ଠିକ୍ କରିବାକୁ ଚେଷ୍ଟା କରନ୍ତୁ । ଶାନ୍ତ ରୁହନ୍ତୁ ।

Mother in law– ଯଦି ଆପଣଙ୍କର ଶାଶୁ ସହ ପଡୁନାହିଁ ଏବଂ ଏହି ମାମଲାରେ ଆପଣଙ୍କର ଏବଂ ସ୍ବାମୀଙ୍କ ମତ ଅଲଗା ଅଲଗା ରହୁଛି ତେବେ ଏହାକୁ ଏକାଠି ଠିକ୍ କରିବାକୁ ଚେଷ୍ଟା କରନ୍ତୁ । ନିଜ ଜିଦରେ ଅଡି ରୁହନ୍ତୁ ନାହିଁ । ଆପଣ ଆପଣଙ୍କ ଶାଶୁଙ୍କୁ ନେଇ କଣ ଅନୁଭବ କରୁଛନ୍ତି ତାଠାରୁ ଅଧିକ ଜରୁରୀ ଆପଣ ଆପଣଙ୍କ ସାଥୀ ବିଷୟରେ କଣ ଅନୁଭବ କରୁଛନ୍ତି । ଯାହାଙ୍କ ସହ ସାତଜନମ ରହିବା ପାଇଁ ବେଦୀରେ କରିଛନ୍ତି ପ୍ରତିଜ୍ଞା । ତେଣୁ ଏମିତି ଉପାୟ କରନ୍ତୁ ଯାହା ଦ୍ବାରା ଶାଶୁଙ୍କ ସହ ସମ୍ପର୍କ ଭଲ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.