Below header

ସିବିଆଇ ବିବାଦ : ବିରୋଧ କରି ଗିରଫ ହେଲେ ରାହୁଲ ଗାନ୍ଧୀ, କହିଲେ ଚୌକିଦାର ହେଉଛି ଚୋର

ନୂଆଦିଲ୍ଲୀ (କେନ୍ୟୁଜ୍) : ସିବିଆଇ ନିର୍ଦ୍ଦେଶକ ପଦରୁ ଆଲୋକ ବର୍ମାଙ୍କୁ ହଟାଇବାକୁ ନେଇ ତେଜିଛି ରାଜନୀତି । ପ୍ରତିବାଦରେ ଦେଶବ୍ୟାପୀ ସିବିଆଇ ଅଫିସ ଘେରାଉ କରିଛି କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଦିଲ୍ଲୀ ସିବିଆଇ ହେର୍ଡକ୍ୱାର୍ଟରରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାହୁଲଙ୍କ ସମେତ ବହୁ କଂଗ୍ରେସ ନେତାଙ୍କୁ ପୋଲିସ ଗିରଫ କରିଥିଲା । ରାହୁଲ କହିଛନ୍ତି ପ୍ରଧାନମନ୍ତ୍ରୀ ଦୌଡି ପଳାଇଲେ କିମ୍ବା ଲୁଚିଲେ ମଧ୍ୟ ଶେଷରେ ସତ ପଦାକୁ ଆସିବ । ପ୍ରଧାନମନ୍ତ୍ରୀ ଭୟରେ ଏଭଳି କରିଛନ୍ତି । ସେହିପରି ଦେଶର ବିଭିନ୍ନ ସ୍ଥାନରେ ସିବିଆଇ ଅଫିସ ଆଗରେ ବିକ୍ଷୋଭ କରାଯାଇଛି । ଆନ୍ଦୋଳନରେ ସାମିଲ ହୋଇଛନ୍ତି କଂଗ୍ରେସର ବହୁ ହେଭିେଓ୍ଵଟ ନେତା, କର୍ମୀ ।

rahul ବିଶାଳ ଶୋଭାଯାତ୍ରାରେ ସେମାନେ ସିବିଆଇ ଅଫିସ ଆଗରେ ଧାରଣା ଦେଇଛନ୍ତି । ରାତି ଅଧିଆ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛି କଂଗ୍ରେସ । ସେପଟେ କଂଗ୍ରେସକୁ ସମର୍ଥନ କରିଛି ତୃଣମୂଳ କଂଗ୍ରେସ ଓ ବାମଦଳ । କିଛି ସ୍ଥାନରେ ଧାରଣା ବେଳେ ପୋଲିସ-ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସିବିଆଇ ଅଫିସ ଆଗରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମୁତୟନ ହୋଇଛନ୍ତି ବ୍ୟାପକ ପୋଲିସ । ଯାଞ୍ଚକୁ ବି କଡ଼ାକଡ଼ି କରାଯାଇଛି । ଗିରଫ ହୋଇ ଖଲାସ ହେବା ପରେ ରାହୁଲ ସିବିଆଇକୁ ଅକ୍ଷେପ କରି କହିଛନ୍ତି ମୋତେ ଯେତେଥର ପାରୁଛ ଗିରଫ କର, ହେଲେ ମୁଁ କହିବି, ଚୌକିଦାର ହେଉଛି ଚୋର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.