ଆସନ୍ତାକାଲି ଦେଓଧର ଟ୍ରଫି ଫାଇନାଲ୍

ନୂଆଦିଲ୍ଲୀ : ଆସନ୍ତାକାଲି ଦେଓଧର ଟ୍ରଫି ଫାଇନାଲରେ ଭାରତ-ବି ଦଳକୁ ଭେଟିବ ଭାରତ-ସି ଦଳ । ଗତକାଲି ଭାରତ-ଏ ଦଳକୁ ୬ ୱିକେଟରେ ହରାଇ ଭାରତ-ସି ଫାଇନାଲରେ ପହଞ୍ଚିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ-ଏ ଦଳ ୬ ୱିକେଟରେ ୨୯୩ ରନ୍ କରିଥିଲା । ଜବାବରେ ଶୁଭମାନ ଗିଲଙ୍କ ଶତକ ବଳରେ ଭାରତ-ସି ୪ ୱକେଟରେ ୨୯୬ ରନ୍ କରି ବିଜୟଲକ୍ଷ୍ୟ ହାସଲ କରିଥିଲା । ପୂର୍ବରୁ ଦୁଇଟି ଯାକ ମ୍ୟାଚ୍ ଜିତି ‘ବି’ ଦଳ ଫାଇନାଲରେ ପହଞ୍ଚି ସାରିଥିଲା ।
ତେବେ ପ୍ରଥମ ମ୍ୟାଚରେ ୩ଟି ୱିକେଟ୍ ନେଇଥିବା ଓଡ଼ିଶାର ବାମହାତୀ ସ୍ପିନର ପପୁ ରାୟଙ୍କୁ ଗତକାଲି ଭାରତ-ସି ଦଳରେ ଖେଳାଇ ନଥିଲା । ଆସନ୍ତାକାଲି ଫାଇନାଲରେ ତାଙ୍କୁ ସୁଯୋଗ ମିଳିବ ବୋଲି ଆଶା କରାଯାଉଛି ।