ଉପନିର୍ବାଚନ ପାଇଁ ୭ ଜଣଙ୍କ ନାଁ ସୁପାରିଶ କଲା କଂଗ୍ରେସ କମିଟି

ଭୁବନେଶ୍ୱର: ବାଲେଶ୍ୱର ଏବଂ ତିର୍ତ୍ତୋଲ ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ଚୟନ କମିଟି ପ୍ରଦେଶ ଇଲେକ୍ସନ କମିଟିକୁ ରିପୋର୍ଟ୍ ଦେଲା । ବାଲେଶ୍ୱର ସଦର ପାଇଁ ନବଜ୍ୟୋତ୍ ପଟ୍ଟନାୟକଙ୍କ ନାମ ସୁପାରିଶ କରାଯାଇଥିବା ବେଳେ ତିର୍ତ୍ତୋଲ ପାଇଁ ୬ଜଣଙ୍କ ନାମ ସୁପାରିଶ କରାଯାଇଛି । ତିର୍ତ୍ତୋଲ ଉପ-ନିର୍ବାଚନରେ ଇଁ. ହିମାଂଶୁ ମଲ୍ଲିକଙ୍କ ନାମ ଆଗରେ ରହିଥିବା ଜଣାଯାଇଛି ।

congress

ସେ ପ୍ରାର୍ଥୀ ହେବା ସମ୍ଭାବନା ଅଧିକ ଅଛି । କଂଗ୍ରେସ କମିଟି ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟାୟକଙ୍କୁ ରିପୋର୍ଟ୍ ଦେଇଛି । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.