କଟକକୁ ପୁଣି ଫେରିଲା କଣ୍ଟେନମେଣ୍ଟ: ୬ କରୋନା ପଜିଟିଭ୍‌ ଚିହ୍ନଟ ପରେ ଗୋପବନ୍ଧୁ ବିହାରକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା

କଟକ(କେନ୍ଯୁଜ୍): କଟକ ସହରକୁ ପୁଣି ଫେରିଲା କଣ୍ଟେନମେଣ୍ଟ। ୨୭ ନମ୍ବର ୱାର୍ଡର ନୂଆରାଉସପାଟଣା ଅନ୍ତର୍ଗତ ଗୋପବନ୍ଧୁ ବିହାରକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଗୋପବନ୍ଧୁ ନଗରର ଏକ ପରିବାରରୁ ୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିପାଇଁ ସଂପ୍‌ୃକ୍ତ ଆକ୍ରାନ୍ତ ରହୁଥିବା କୋଠାକୁ CMC ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି।

ସ୍ଥାନୀୟ ଅଞ୍ଚଳରେ ଲୋକଙ୍କୁ ଏହି ବିଲ୍‌ଡିହ୍ଗକୁ ଯିବାକୁ ବାରଣ କରାଯାଇଥିବାବେଳେ ଅତ୍ୟାବଶ୍ୟକ ସେବା ଯୋଗାଇ ଦେବାକୁ CMC କମିଶନର ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଚିହ୍ନଟ କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ପ୍ରକ୍ରିୟା ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.