ସଂକ୍ରମଣ ବଢିବାରୁ ରାଜଧାନୀକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍‌

କେନ୍ୟୁଜ୍(ବ୍ୟୁରୋ):  ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍‌। ସଂକ୍ରମଣ ବଢିବାରୁ ଓ୍ଵାର୍ଡ ନମ୍ବର ୩୬ ଅନ୍ତର୍ଗତ ୟୁନିଟ୍‌-୫ ସ୍ଥିତ ଏସ୍‌ଆଇବି କଲୋନି, ଓ୍ଵାର୍ଡ ନଂ ୪ ସ୍ଥିତ ରୁଦ୍ରପୁର ବେହେରା ସାହି ଓ ଡେଲ୍‌ଟା ଛକ୍‌ ନିକଟସ୍ଥ କେଶରୀ ପ୍ଲାଜାକୁ ବିଏମସି କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି। ଏସଆଇବି କଲୋନିରେ ଥିବା ୫ଟି ଆବାସିକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସର ୨୫ଟି କ୍ୱାର୍ଟର୍ସରୁ ୧୦ଟି କ୍ୱାଟର୍ସରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା। ଏହାପରେ ବିଏମସି ପୂରା କଲୋନୀକୁ ସିଲ୍‌ କରିଛି।

ପୂରା ଅଞ୍ଚଳକୁ ଏବେ ୭ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ବେହେରା ସାହିରେ ଲଗାତର ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ସେହିପରି ଗତ ୧୫ ଦିନ ହେବ ଡେଲ୍‌ଟା ଉକ ନିକଟସ୍ଥ କେଶରୀ ପ୍ଲାଜାରୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣାା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.