ଭାରତୀୟ ଜଳଖିଆ ନୁହେଁ ‘ସିଙ୍ଗଡ଼ା’ ଜାଣନ୍ତୁ ଏହାର ଇତିହାସ ବିଷୟରେ?

ଭାରତୀୟ ଜଳଖିଆଗୁଡ଼ିକରେ ସିଙ୍ଗଡ଼ାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଯେତେବେଳେ ବି କେହି ଭୋକିଲା ଅନୁଭବ କରେ ଏବଂ ବାହାରେ ଖାଇବାକୁ ଇଚ୍ଛା କରେ, ତାଙ୍କ ମନକୁ ପ୍ରଥମେ ଆସେ ସିଙ୍ଗଡ଼ାର ଲୋଭ ବର୍ଷାଦିନ ହେଉ କି ଶୀତଦିନ ସଂଧ୍ୟାବେଳେ ଛଣାଛଣି ଜିନିଷ ଖାଇବା କଥା ଉଠିଲେ ପ୍ରଥମେ ସିଙ୍ଗଡ଼ା କଥା ମନକୁ ଆସିଥାଏ । ଛୁଟିଦିନ ହେଉ କି ପିକ୍‌ନିକ୍‌ ସିଙ୍ଗଡ଼ା ବିନା କୌଣସି ପାର୍ଟି ଅଧୁରା ଲାଗିଥାଏ । ସଭା ହେଉ କି ସଙ୍ଗୀତ ଆସର ସିଙ୍ଗଡ଼ା ବିନା ଆସର କିଛି ମଜା ନଥାଏ । ପ୍ରକୃତରେ ସିଙ୍ଗଡ଼ାର ଇତିହାସ କ’ଣ ଏହା ପ୍ରଥମେ କେଉଁଠୁ ପ୍ରସ୍ତୁତ ହୋଇଥିଲା, ତାହା ବହୁତ କମ୍‌ ଲୋକ ଜାଣିଥିବେ । ଇରାନ୍‌ରୁ ସିଙ୍ଗଡ଼ା ଭାରତକୁ ଆସିଥିଲା । ପରେ ଏହା ଭାରତୀୟ ସ୍ୱାଦ ସହ ମିଶିଯାଇଥିଲା । ଏହା ଏବେ ଶିଶୁଠାରୁ ବୁଢା ସମସ୍ତଙ୍କର ପ୍ରିୟ ଖାଦ୍ୟ ପାଲଟିଯାଇଛି । ତେଣୁ ଗାଁରୁ ନେଇ ସହର ଛୋଟରୁ ଆରମ୍ଭ କରି ବଡବଡ ରେଷ୍ଟୁରାଣ୍ଡ ସବୁଆଡ଼େ ଏହା ସହଜରେ ମିଳିଯାଏ ।

Samosa

ସିଙ୍ଗଡ଼ାର ଆକାର କଣ ପାଇଁ ତ୍ରିକୋଣ କରା ହେଲା ତାହା ଏବେ ବି ଅସ୍ପଷ୍ଟ । ସିଙ୍ଗଡ଼ା ବା ହିନ୍ଦୀରେ ଭାରତୀୟ ଜଳଖିଆ ନୁହେଁ ସିଙ୍ଗଡ଼ା କୁହାଯାଉଥିବା ସମୋସା ଫରାସୀ ଶଦ୍ଦ ‘ସମ୍ବେସାଗ’ରୁ ଆସିଛି । ଐତିହାସିକ ମତରେ ମହମ୍ମଦ ଗଜନୀଙ୍କ ଦରବାରରେ ସିଙ୍ଗଡ଼ାକୁ ଏକ ବ୍ୟଞ୍ଜନ ଭାବେ ପ୍ରସ୍ତୁତ କରାଯାଉଥିଲା । ହୁଏତ ସେ ଭାରତ ଆକ୍ରମଣ କରିବା ବେଳେ ତାଙ୍କ ମାଧ୍ୟମରେ ଏହା ଭାରତ ଆସିଥାଇପାରେ ।

ଅନ୍ୟ କିଛି ଗବେଷକ କୁହନ୍ତି ୨୦୦୦ ବର୍ଷ ତଳେ ସିଙ୍ଗଡ଼ା ଭାରତ ଆସିଥିଲା । ଆର୍ଯ୍ୟମାନଙ୍କ ଭାରତ ଆଗମନ ବେଳେ ଏହା ମଧ୍ୟ ଏସିଆର ପର୍ବତାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମାଧ୍ୟମରେ ଭାରତକୁ ପ୍ରବେଶ କରିଥିଲା । ହେଲେ ଭାରତ ଆସିବା ପରେ ଏଥିରେ ଆଳୁ ତଥା ଅନ୍ୟ ମସଲାଦାର ପୂର ଦେବା ପରମ୍ପରା ଆରମ୍ଭ ହେଲା । ସମ୍ଭବତଃ ଭାରତୀୟମାନେ ନିଜ ପିଠାପଣା ପ୍ରସ୍ତୁତ କରିବା ବେଳେ ପୂର ଦେଉଥିବା ପ୍ରଥାକୁ ସିଙ୍ଗଡ଼ା କ୍ଷେତ୍ରରେ ବ୍ୟବହାର କରିଥାଇପାରନ୍ତି ।

 

You might also like