ଉଚ୍ଚପଦସ୍ଥ ସହକର୍ମୀଙ୍କୁ କିସ୍ ଦେବା ପରେ ବ୍ରିଟେନ ସ୍ୱାସ୍ଥ୍ୟ ସଚିବ ଦେଲେ ଇସ୍ତଫା, କାରଣ ଥିଲା କିଛି ଏମିତି

କେନ୍ୟୁଜ୍(ବ୍ୟୁରୋ):  କରୋନା କଟକଣା ଉଲ୍ଲଘଂନ ପାଇଁ ବ୍ରିଟେନ ସ୍ୱାସ୍ଥ୍ୟ ସଚିବଙ୍କ ଇସ୍ତଫା। ବ୍ରିଟେନ ସ୍ୱାସ୍ଥ୍ୟ ସଚିବ ମାଟ୍‌ ହାନ୍‌କକ୍‌ କରୋନା କଟକଣା ଉଲ୍ଲଘଂନ ସହ ନିଜ କାର୍ଯ୍ୟାଳୟର ଜଣେ ଉଚ୍ଚପଦସ୍ଥ ସହକର୍ମୀଙ୍କୁ ଚୁମ୍ବନ ଦେବା ଅଭିଯୋଗରେ ପଦ ତ୍ୟାଗ କରିଛନ୍ତି। ହାନ୍‌କକ୍‌ଙ୍କର ସମ୍ପୃକ୍ତ ସହକର୍ମୀଙ୍କ ସହିତ ପ୍ରେମ ସମ୍ପର୍କ ରହିଥିଲା। ନିକଟରେ ସେ ନିଜ କାର୍ଯ୍ୟାଳୟରେ ଚୁମ୍ବନ ଦେଉଥିବାର ଫଟୋଲଣ୍ଡନର ଏକ ପତ୍ରିକାରେ ପ୍ରକାଶ ପାଇଛି। ଏହାକୁ ନେଇ ଦେଶରେ ହଇଚଇ ଖେଳି ଯାଇଥିଲା।

britain

ବିରୋଧୀ ସାାଂସଦ ହାନ୍‌କକ୍‌ଙ୍କ ଇସ୍ତଫା ଦାବି କରିବାରୁ ସେ ଶନିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ନିକଟକୁ ପଠାଇଥିବା ଇସ୍ତଫା ପତ୍ରରେ ସେ ମାହାମରୀ ସମୟରେ କର୍ତ୍ତବ୍ୟରେ ଅବହେଳା ଓ ଆଇନର ଉଲ୍ଲଘଂନ ପାଇର୍ କ୍ଷମା ପ୍ରାର୍ଥନା କରିଛନ୍ତି। ଏଥିସହିତ ପରିବାର ପ୍ରତି ବିଶ୍ୱାସଘାତକତା କରିଥିବାରୁ ମଧ୍ୟ ସେ ପତ୍ନୀ ଓ ପିଲାଙ୍କୁ କ୍ଷମା ମାଗିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.