Below header

ଗଞ୍ଜାମ ବେଲଗୁଣ୍ଠାରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଗ୍ରାମବାସୀଙ୍କୁ କରୋନା ସଚେତନତା, ଏଭଳି ପ୍ରୟାସ ଆରମ୍ଭ କରିଛନ୍ତି କିଛି ଛାତ୍ର ଓ ଅଧ୍ୟାପକ

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ସଚେତନତା । ଲୋକଙ୍କୁ ସତର୍କ କରିବା ପାଇଁ ଗାଁ ମଝିରେ ପରିବେଷଣ ହେଉଛି ପଥପ୍ରାନ୍ତ ନାଟକ ‘ଯନ୍ତ୍ରଣା’ । ଗାଁ ଲୋକଙ୍କୁ ସଚେତନ କରିବା ପାଇଁ ଏଭଳି ପ୍ରୟାସ ଆରମ୍ଭ କରିଛନ୍ତି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ର ଏବଂ ଅଧ୍ୟାପକ ।

ନିଜସ୍ୱ ଖର୍ଚ୍ଚ ଏବଂ ଚିନ୍ତାଧାରାରେ ଏହି ନାଟକ ପରିବେଷଣ ହେଉଛି । କରୋନା ସଂକ୍ରମଣରେ ରାଜ୍ୟର ଗଞ୍ଜାମ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । ନକରାତ୍ମକ ଚିନ୍ତାଧାରାରୁ ଦୂରେଇ ରହିବାକୁ ଗାଁ ଗାଁ ବୁଲି ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ବାର୍ତ୍ତା ବାଣ୍ଟିବାରେ ଲାଗିଛନ୍ତି । ଏଭଳି ପ୍ରୟାସକୁ ମଧ୍ୟ ସାଧାରଣରେ ବେଶ ପ୍ରଶଂସା କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.