ସୁବର୍ଣ୍ଣପୁର ମହାନଦୀରୁ ଉଦ୍ଧାର ହେଲେ ମହିଳା, ବ୍ରିଜ ଉପରୁ ହଠାତ୍ ତଳକୁ ଖସିପଡିଥିଲେ

ସୁବର୍ଣ୍ଣପୁର: ଭରାନଦୀରୁ ଉଦ୍ଧାର ହେଲେ ମହିଳା। ସୁବର୍ଣ୍ଣପୁର ମହାନଦୀ ବ୍ରିଜ ଉପରୁ ଖସି ପଡ଼ିଲା ପରେ ତାଙ୍କୁ ନଦୀରୁ ଉଦ୍ଧାର କରିଛନ୍ତି ନାଉରିଆ। ଗତ ସନ୍ଧ୍ୟାରେ ଏକ ଦମ୍ପତି ମହାନଦୀ ବୁଲିବାକୁ ଯାଇଥିବା ବେଳେ ବ୍ରିଜ ଉପରୁ ମହିଳା ଜଣକ ଖସି ପଡିଥିଲେ। ଭରାନଦୀରେ ଜଳସ୍ରୋତରେ ଭାସିଯାଉଥିବା ବେଳେ ତାଙ୍କୁ କୁମ୍ଭାରପଡ଼ାର ଦୁଇଜଣ ମତ୍ସ୍ୟଜୀବୀ ଲଙ୍କେଶ୍ୱର ଘାଟରୁ ଉଦ୍ଧାର କରିଥିଲେ।

ପରେ ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ଏସପି ଦେବୀ ପ୍ରସାଦ ଦାଶ ଡାକ୍ତରଖାନାରେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଘଟଣାସଂପର୍କରେ ପୋଲିସ ଅନୁସନ୍ଧାନ ଜାରି ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.