Below header

ଆଠଗଡ଼ ମୁଣ୍ଡୁଳି ରାସ୍ତାରେ ହାତୀ ଆତଙ୍କ, ୫ ଦିନ ହେବ ଅବରୋଧ କରିଛନ୍ତି ରାସ୍ତା

ଆଠଗଡ଼ : ଆଠଗଡ଼ ମୁଣ୍ଡୁଳି ରାସ୍ତାରେ ହାତୀ ଆତଙ୍କ । ପ୍ରାୟ ୫ ଦିନ ହେବ ହାତୀପଲ ରାସ୍ତା ଅବରୋଧ କରିଛନ୍ତି । ଆଠଗଡ଼ ବନଖଣ୍ଡରେ ୨୦ରୁ ଅଧିକ ହାତୀ ପହଞ୍ଚିଛନ୍ତି । ବନବିଭାଗ ପକ୍ଷରୁ ହାତୀ ଘଉଡେଇବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ରାସ୍ତାରେ ଯାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ଗାଡ଼ି ଚଳାଚଳ ବନ୍ଦ ହେବା ସହ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳୁଛି । ସେହିପରି ଫସଲ ନଷ୍ଟ ନେଇ ଚାଷୀଙ୍କ ମଧ୍ୟରେ ଭୟ ଦେଖାଦେଇଛି । ଦୀର୍ଘ ଦିନ ପରେ ହାତୀପଲଙ୍କୁ ଦେଖି ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଛି । ଆଠଗଡ଼ ବନବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.