ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଯାଜପୁରରୁ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୫୬କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬ରେ ପହଞ୍ଚିଛି । ଗତକାଲି ପରୀକ୍ଷା ହୋଇଥିବା ୪ ହଜାର ୭୩୪ ନମୁନା ମଧ୍ୟରୁ ୪ ହଜାର ୬୭୮ ଜଣଙ୍କ ନମୁନା ନେଗେଟିଭ୍‌ ଆସିଛି । ୫୬ ନମ୍ବର ଆକ୍ରାନ୍ତ ଜଣକ ହେଉଛନ୍ତି ଯାଜପୁର ଅଞ୍ଚଳର। ତାଙ୍କ ଘର ଜାଫରପୁର ପଞ୍ଚାୟତର ସାନତ୍ରିଲୋଚନପୁର ।

corona odisha

ସେ ନିକଟରେ କୋଲକତାରୁ ଫେରିଥିଲେ। ଏନେଇ ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହା ଜଣାପଡିବା ପରେ ସାନତ୍ରିଲୋଚନପୁର ଏବଂ ସଇପୁର ଗାଁକୁ ୭ଦିନ ପାଇଁ କଣ୍ଚେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଏହାକୁ ମିଶାଇ ଯାଜପୁରରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.