Below header

ରବୀନ୍ଦ୍ର ଜାଡେଜାଙ୍କ ‘ଖଡ୍ଗଯୁଦ୍ଧ’ ଦେଖି ଇଂଲଣ୍ଡର ପୂର୍ବ କ୍ୟାପଟେନ୍ ଉଡାଇଲେ ମଜାକ ତ ଉତ୍ତରରେ ଏମିତି କହିଲେ ଜାଡେଜା, ଦେଖନ୍ତୁ ଭିଡିଓ

ରବିନ୍ଦ୍ର ଜାଡେଜା ଆଜିକାଲି ସୋସିଆଲ ମିଡ଼ିଆରେ ବହୁତ୍ ଆକ୍ଟିଭ ରହୁଛନ୍ତି । ନିକଟରେ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଥିଲେ ଯାହାକୁ ଲୋକମାନେ ଖୁବ୍ ପସନ୍ଦ କରିଥିଲେ । ତେବେ ତାଙ୍କର ଏହି ଭିଡିଓ ଉପରେ ଇଂଲଣ୍ଡର ପୂର୍ବ କ୍ୟାପଟେନ୍ ମାଇକେଲ ବୋନ ମଜାକ ଉଡାଇଛନ୍ତି, ଏବଂ ଏହାପରେ ଜାଡେଜା ତାଙ୍କୁ ଏମିତି ଉତ୍ତର ଦେଇଛନ୍ତି ଯେ ସେ ଏକାବେଳେ ଚୁପ୍ ହୋଇଯାଇଛନ୍ତି ।

Jadeja and Vaughan engaged in a funny banter

ଏହି ଭିଡିଓରେ ଜାଡେଜା ନିଜ ଘର ଲନରେ ଖଡ୍ଗ ଯୁଦ୍ଧ କରୁଥିବାର ଦେଖିବାକୁ ମିଳିଥିଲା । ତେବେ ସେ ଏହି ଭିଡ଼ିଓକୁ ପୋଷ୍ଟ କରିବା ସହ କ୍ୟାପ୍ସନରେ ଲେଖିଥିଲେ ‘ଖଣ୍ଡା ନିଜ ଚମକ ହରାଇ ଦେଇ ପାରେ କିନ୍ତୁ ନିଜ ମାଲିକ ପାଇଁ ସର୍ବଦା ବିଶ୍ୱସ୍ତ ରହିଥାଏ’ । ଏଥିରେ ଇଂଲଣ୍ଡର ପୂର୍ବ କ୍ୟାପଟେନ୍ ମାଇକେଲ କମେଣ୍ଟ ଦେଇଥିଲେ ଯେ “ଆପଣଙ୍କ ଲନକୁ ଘାସକଟା ମେସିନର ଆବଶ୍ୟକତା ଅଛି ରକଷ୍ଟାର” । ଯାହାର ଉତ୍ତରରେ ଜାଡେଜା ଲେଖିଛନ୍ତି “ହଁ କିନ୍ତୁ ମୋତେ ଜଣାନାହିଁ ଏହା କିପରି କଟାଯାଏ” । ତେବେ ଜାଡେଜାଙ୍କର ଏହି ଉତ୍ତରକୁ ଲୋକମାନେ ଖୁବ୍ ପସନ୍ଦ କରୁଛନ୍ତି।

 

View this post on Instagram

 

A “SWORD” MAY LOOSE IT’S SHINE,BUT WOULD NEVER DISOBEY IT’S MASTER. #rajputboy

A post shared by Ravindra Jadeja (@royalnavghan) on


ସୁଚନା ଅନୁଯାୟୀ କରୋନା ଭାଇରସ୍ କାରଣରୁ ସମସ୍ତ ଇଣ୍ଟରନେସନାଲ କ୍ରିକେଟ ମ୍ୟାଚକୁ ସ୍ଥଗିତ କରିଦିଆଯାଇଛି । ଆଶା କରାଯାଉଛି ଯେ ଏହାକୁ ଆହୁରି ମଧ୍ଯ ଘୁଞ୍ଚାଇ ଦିଆଯାଇପାରେ କାରଣ ଭାରତରେ କରୋନା ସଂକ୍ରମଣ ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.