Below header

କରୋନା ଯୁଦ୍ଧରେ ଲଢ଼ୁଥିବା ମେଡିକାଲ ଷ୍ଟାଫମାନଙ୍କୁ ରିଲାଏନ୍ସ ଫାଉଣ୍ଡେସନ ଦେବ 1 ମାସର ଅତିରିକ୍ତ ଦରମା ଓ ପେଆଉଟ

କରୋନା ମହାମାରୀ ବିରୋଧରେ ଯୁଦ୍ଧ ଲଢ଼ୁଥିବା ନିଜ ମେଡିକାଲ ଷ୍ଟାଫମାନଙ୍କ ପାଇଁ ରିଲାଏନ୍ସ ଫାଉଣ୍ଡେସନ ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି। ସାର ଏଚ ଏନ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ କାର୍ଯ୍ୟରତ ଯୋଦ୍ଧାମାନଙ୍କୁ ଗୋଟିଏ ମାସର ଅତିରିକ୍ତ ଦରମା ଦିଆଯିବ। ଏହାଛଡା ସେଭେନ ହିଲସ ହସ୍ପିଟାଲର ଏମରଜେନ୍ସିରେ କାର୍ଯ୍ୟରତ ମେଡିକାଲ ଷ୍ଟାଫଙ୍କୁ ଅତିରିକ୍ତ ପେଆଉଟ ମଧ୍ୟ ଦିଆଯିବ।

ସାର ଏଚ ଏନ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ତରଙ୍ଗ ଜ୍ଞାନଚନ୍ଦାନି କହିଛନ୍ତି, ‘ସଙ୍କଟ ସମୟରେ ଯେଉଁ କର୍ମଚାରୀ ହଷ୍ଟେଲରେ ନାହାନ୍ତି, ବର୍ତ୍ତମାନ RFHରୁ କାମ କରୁଛନ୍ତି ଏବଂ ହସ୍ପିଟାଲ ଆସୁଛନ୍ତି, ସେମାନଙ୍କ ପାଇଁ ଗ୍ରୋସାରି ବ୍ୟାଗ ବିତରଣ କରାଯିବ। ହାଇ ରିସ୍କ ଏରିଆରେ କାମ କରୁଥିବା ଷ୍ଟାଫମାନଙ୍କୁ ସବୁଠାରୁ ଭଲ ବ୍ୟକ୍ତିଗତ ପ୍ରୋଟେକ୍ଟିଭ ଇକ୍ବିପମେଣ୍ଟ ଉପଲବ୍ଧ କରାଯିବ’।

34

ଜ୍ଞାନଚନ୍ଦାନି ଆହୁରି କହିଥିଲେ, ‘RFH ଯାଉଥିବା ସମସ୍ତ କର୍ମଚାରୀମାନଙ୍କୁ ଆମେ ମାଗଣା ବସ ସେବା ଉପଲବ୍ଧ କରେଇବୁ। ଯାତ୍ରା ସମୟରେ ସେମାନଙ୍କ ପାଇଁ ପାଣି, ବିସ୍କୁଟ ଓ ମାସ୍କର ପୂରା ବ୍ୟବସ୍ଥା କରାଯିବ। ଏଥିସହିତ ଷ୍ଟାଫମାନଙ୍କ ପାଇଁ ମାଗଣା ଖାଇବାର ବ୍ୟବସ୍ଥା ଜାରି ରହିବ’। କେବଳ ଏତିକି ନୁହେଁ, ଯଦି କେହି କର୍ମଚାରୀ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟଙ୍କୁ କରୋନା ଭାଇରସ ସଂକ୍ରମିତ ହୁଏ, ତେବେ ସେମାନଙ୍କ ପାଇଁ ଚିକିତ୍ସା ସହାୟତା ଉପଲବ୍ଧ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.