ଆଜିଠୁ ବିଏମ୍‌ସି ପକ୍ଷରୁ ବସ୍ତି ଅଭିଯାନ: ୩୫୦ ଅଙ୍ଗନବାଡି କେନ୍ଦ୍ର ଅଞ୍ଚଳରେ ହେବ ସ୍ୱାସ୍ଥ୍ୟ ସର୍ଭେ କରିବ ସ୍ୱତନ୍ତ୍ର ଟିମ୍‌

ଭୁବନେଶ୍ବର: କରୋନା ଭାଇରସ ମୁକାବିଲା ପାଇଁ ବିଏମ୍‌ସି ପକ୍ଷରୁ ବସ୍ତି ଅଭିଯାନ । ଆଜିଠାରୁ ୩୫୦ ଅଙ୍ଗନବାଡି କେନ୍ଦ୍ର ଅଞ୍ଚଳରେ ସ୍ୱାସ୍ଥ୍ୟ ସର୍ଭେ କରାଯିବ । ପ୍ରତି ଅଙ୍ଗନବାଡି ଅଞ୍ଚଳରେ ଥିବା ଘର ଗୁଡିକୁ ଯାଇ ସ୍ୱତନ୍ତ୍ର ଟିମ୍‌ ସ୍ୱାସ୍ଥ୍ୟ ସର୍ଭେ କରିବେ । ପ୍ରାୟ ୧ହଜାର ଜଣ ଅଙ୍ଗନବାଡି, ଆଶାକର୍ମୀ ଓ ମହିଳା ଆୟୋଗ ସମିତି ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିବେ। ଏଥିପାଇଁ ଅଙ୍ଗନୱାଡି କର୍ମୀଙ୍କୁ ସ୍ୱତନ୍ତ୍ର ତାଲିମ୍‌ ଦିଆଯାଇଛି। ସେମାନଙ୍କୁ ଆଶାକର୍ମୀ ଓ ମହିଳା ଆୟୋଗ ସମିତି ସାହାଯ୍ୟ କରିବେ। ସର୍ଭେ ପରେ ଏକ ରିପୋର୍ଟ ପ୍ରସ୍ତୁତ କରି CHILD DEVOLOPMENT PROJECT OFFICE ରେ ଦାଖଲ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.