ଭଲ ଅଛନ୍ତି ଓଡ଼ିଶାର ପ୍ରଥମ କରୋନା ପଜେଟିଭ୍‌ ବ୍ୟକ୍ତି, ସୂଚନା ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟରେ ଏଯାଏ ମୋଟ୍‌ ୩୨ଟି ନମୂନା ସଂଗ୍ରହ ହୋଇଥିଲା । ସେଥିରୁ ୩୧ଟି ନେଗେଟିଭ୍‌ ଆସିଛି । ଯେଉଁ ମାତ୍ର ଗୋଟିଏ କରୋନା ପଜେଟିଭ୍‌ ଆସିଛି ସିଏ ହେଉଛନ୍ତି ଭୁବନେଶ୍ୱରର ସେହି ଯୁବକ । ଯାହାଙ୍କର ଚିକିତ୍ସା ଚାଲିଛି । ଗତକାଲି ତାଙ୍କୁ ନେଇ ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ତାଙ୍କ ସଂସ୍ପର୍ଶରେ ଆସିଥିବା ୧୨୯ ଜଣଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି ବୋଲି ମଧ୍ୟ କୁହାଯାଇଛି ।

ହେଲ୍‌ପ ଲାଇନ୍‌ରେ ୧୦ ହଜାର କଲ୍‌

ସରକାର କରିଥିବା ହେଲପ ଲାଇନ୍‌କୁ ଗତ ୨୪ ଘଣ୍ଟାରେ ୧୦ ହଜାର କଲ୍‌ ଆସିଛି । ମଲ୍‌କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ନକରି, ଖାଇବା ଦୋକାନ, ଡାଲି ଚାଉଳ ଦୋକାନ, ଔଷଧ ଦୋକାନ ଖୋଲା ରହିବ । ଦରକାର ନଥିଲେ ଅନାବଶ୍ୟକ ଭାବେ ହସପିଟାଲ ହେଉ କି ମଲ୍‌ କେଉଁଠିକୁ ଯାଆନ୍ତୁ ନାହିଁ । ସରକାର କରିଥିବା ପୋର୍ଟାଲରେ ଏପର୍ଯ୍ୟନ୍ତ ୧୨୩୯ ଜଣ ରେଜିଷ୍ଟ୍ରେସନ୍‌ କରିଛନ୍ତି ।

ବ୍ୟାଙ୍କ ଓ ଏଟିଏମ୍‌କୁ କଡ଼ା ନିର୍ଦ୍ଦେଶ

ସେହିଭଳି ବ୍ୟାଙ୍କରେ ମଧ୍ୟ ବିଶେଷ ସତର୍କତା ଅବଲମ୍ବନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବିଭିନ୍ନ ଏଟିଏମ୍‌ରେ ସଂପୃକ୍ତ ବ୍ୟାଙ୍କ ତରଫରୁ ସାନିଟାଇଜର୍‌ ବ୍ୟବସ୍ଥା କରିବାକୁ କୁହାଯାଇଛି । ଆହୁରି ମଧ୍ୟ ମୋବାଇଲ୍‌କୁ ନିୟମିତ ଭାବେ ସଫା ଓ ପରିସ୍କାର ରଖିବାକୁ କୁହାଯାଇଛି ।

corona graph

ହଷ୍ଟେଲରେ ରହିବେ ଆଦିବାସୀ ପିଲା

ବିଭିନ୍ନ ହଷ୍ଟେଲରେ ଥିବା ଆଦିବାସୀ ପିଲାଙ୍କୁ ସେମାନଙ୍କ ଘରକୁ ଛଡ଼ାଯିବ ନାହିଁ । ସେମାନେ ସରକାରଙ୍କ ପ୍ରତ୍ୟକ୍ଷ ଦାୟିତ୍ୱରେ ରହିବେ । ସେହିପରି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମଧ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ବୟସ୍କ ବ୍ୟକ୍ତିମାନଙ୍କୁ ତାଙ୍କ ଘରେ ନେଇ ଜିନିଷପତ୍ର ଯୋଗାଇ ଦିଆଯିବ ।

subrat bagchi

ଗ୍ରାମାଞ୍ଚଳରେ ହେବ ସଚେତନତା କାର୍ଯ୍ୟକ୍ରମ

ଆହୁରି ମଧ୍ୟ ଗ୍ରାମାଞ୍ଚଳରେ ଲୋକଙ୍କୁ ସଚେତନ କରିବା ଲାଗି ପ୍ରତ୍ୟେକ ପଞ୍ଚାୟତରେ ଆସନ୍ତା ୧୯ରୁ ୨୧ ତାରିଖ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ କରାଯିବ । ଅଙ୍ଗନବାଡ଼ି କର୍ମୀ ଏବଂ ଆଶା କର୍ମୀଙ୍କ ଦ୍ୱାରା ଘରେ ଘରେ ଲୋକଙ୍କୁ ସଚେତନ କରାଯିବ ।
ଆଜି ଅପରାହ୍ନରେ ସରକାରଙ୍କ ବିଭିନ୍ନ ପଦକ୍ଷେପ ଏବଂ ପଜେଟିଭ୍‌ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ କରୋନାର ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ପାଣିପାଗ ଭଳି ଭାଇରସ୍‌ର କୌଣସି ଜାତୀୟତା ନଥାଏ । ତେଣୁ ଏହା ଓଡ଼ିଶାକୁ ଆସିବ ନାହିଁ ବୋଲି ସେଭଳି କିଛି ମାନେ ନାହିଁ । ତେବେ ଏହାକୁ ନଡରି ସତର୍କ ଓ ସଚେତନ ରହିଲେ କରୋନା ସହ ଲଢ଼ି ହେବ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.