Below header

ଭାଇରସ୍‌ ହେବା ପୂର୍ବରୁ ହିଁ ଏହି ଦୋକାନର ନାମ ରଖାଯାଇଥିଲା କରୋନା, କିନ୍ତୁ କାହିଁକି ଜାଣନ୍ତୁ କଣ କହିଲେ ଦୋକାନୀ

କେରଳର ମୁଭତ୍ତୁପୁଝା ଗାଁରେ ଥିବା ଏକ ଡ୍ରେସ ଦୋକାନ ନିଜର ଅସାମାନ୍ୟ ନାମ ପାଇଁ ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରିଛି। ଆପଣ ଭାବୁଥିବେ ଏମିତି ଏହି ଦୋକାନର ନାମ କଣ କି ଯେ ସେ ନିଜ ନାମ ପାଇଁ ଏତେ ଚର୍ଚ୍ଚାରେ ରହିଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଦୋକାନର ନାମ କରୋନା ।

କୋଚ୍ଚିରୁ ପ୍ରାୟ ୪୦ କିଲୋମିଟର ଦୂରତାରେ ରହିଛି। କରୋନା ଏକ ଡ୍ରେସ୍‌ ଦୋନର ନାମ ରଖାଯାଇଛି। ଏହି ଦୋକାନର ନାମ ପରେଡ୍‌। ଅନେକ ବର୍ଷରୁ ତାଙ୍କୁ ଲୋକପ୍ରିୟ ଭାବରେ ‘କରୋନା ପେରେଡ୍‌’ ଭାବରେ ଜଣାଶୁଣା। ତାଙ୍କ ଦୋକାନର ନାମ କରୋନା ଭାଇରସ ଅନେକ ବର୍ଷରୁ ରହିଛି କିନ୍ତୁ କରୋନା ଭାଇରସ୍‌ କାରଣରୁ ତାଙ୍କ ଦୋକାନ ଏବେ ଫେମସ୍‌ ହୋଇଯାଇଛି।

kornaଦୋକାନୀଙ୍କ କହିବାକଥା ଯେ ଲୋକମାନେ ତାଙ୍କ ଦୋକାନ ପାଖକୁ ଆସି ଫଟୋ ଉଠାଉଛନ୍ତି ଏବଂ ସେଲଫି ନେଉଛନ୍ତି। କିଛି ଲୋକ ମୋତେ ଦେଖି ହସିଦିଅନ୍ତି ଆଉ ଚାଲି ଯାଆନ୍ତି। ସେ କହିଛନ୍ତି ଯେ ଗାଡିରେ ଯାଉଥିବା ଲୋକ ଦୋକାନର ନାମ ଦେଖି ଆଶ୍ଚଯ୍ୟର୍ ହେଉଛନ୍ତି ଏବଂ ଗାଡି ଅଟକାଇ ଦୋକାନର ନାମକୁ ଧ୍ୟାନ ଦେଇ ଦେଖନ୍ତି।

ଏହି କରୋନା ଡ୍ରେସ ଦୋକାନ ହେବା ସହିତ ଟେଲର ୟୁନିଟ୍‌ ମଧ୍ୟ। ଯେତେବେଳେ ଦୋକାନୀଙ୍କୁ ପ୍ରଶ୍ନ କରାଗଲା ଯେ ସେ ଏପରି ନାମ କାହିଁକି ରଖିଲେ ତେବେ ସେ ଏଥିରେ କହିଛନ୍ତି ମୁଁ ଯେତେବେଳେ ଦୋକାନର ନାମ ରଖିଲି ତ ଡିକ୍ସିନାରୀ ଦେଖିଥିଲି ତ ମୋତେ ଏହି ନାମ ଭଲ ଲାଗିଥିଲା, ସେଥିପାଇଁ ମୁଁ ଏହି ନାମ ରଖିଲି କରୋନା।

ଦୋକାନୀ ଜଣଙ୍କ କରୋନା ଭାଇରସର ପ୍ରକୋପ ହେବା କାରଣରୁ ସାବଧାନ ହୋଇଯାଇଛନ୍ତି। ସେ ଗ୍ରାହକଙ୍କ ପାଇଁ ଦୋକାନରେ ହ୍ୟାଣ୍ଡ ସାନିଟାଇଜର ରଖିଛନ୍ତି। ଯିଏ ବି ତାଙ୍କ ଦୋକାନକୁ ପ୍ରବେଶ କରୁଛନ୍ତି ସେ ତାଙ୍କୁ ହ୍ୟାଣ୍ଡ ସାନିଟାଇଜର ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.