ସେନା ବିଭାଗରେ ମହିଳାଙ୍କୁ ମିଳିଲା ସ୍ଥାୟୀ କମିସନ, ଜାଣନ୍ତୁ ଅନ୍ୟ ଦେଶର ସେନାରେ କିଭଳି ରହିଛି ମହିଳାଙ୍କ ସ୍ଥିତି

ନୂଆଦିଲ୍ଲୀ : ସେନା ବିଭାଗରେ କାମ କରୁଥିବା ମହିଳାଙ୍କୁ ସ୍ଥାୟୀ କମିସନ ମିଳିବା ନେଇ ଉଚ୍ଚତମ ନ୍ୟାୟାଳୟ ଏକ ଗୁରୁତ୍ତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି । କୋର୍ଟ ତାଙ୍କ ନିଷ୍ପତିରେ କହିଛନ୍ତି ଯେ ଯଦି ମହିଳାଙ୍କୁ ସେନା ବିଭାଗରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସେମାନଙ୍କୁ ପୁରୁଷଙ୍କ ଭଳି ସମାନ ଅଧିକାର ମିଳିବା କଥା । ତେଣୁ ଉଚ୍ଚତମ ନ୍ୟାୟାଳୟ ମହିଳାଙ୍କୁ ସ୍ଥାୟୀ କମିସନ ଦେବା ନେଇ ଏହି ଗୁରୁତ୍ତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ।

ଆସନ୍ତୁ ଜାଣିବା ସେନା ବୁଭାଗରେ କାମ କରୁଥିବା ଦୁନିଆର ଏମିତି କିଛି ଦେଶର ସ୍ଥିତି ସମ୍ପର୍କରେ

ବ୍ରିଟେନ୍‌: ୨୦୧୮ ମସିହାରେ ବ୍ରଟିସ୍‌ ସେନାରେ ମହିଳାଙ୍କ ଭର୍ତ୍ତି ନେଇ ପ୍ରତିବନ୍ଧକ ହଟିଲା ।

ଆମେରିକା: ଆମେରିକାରେ ୨୦୧୬ ମସିହାରେ ମହିଳାଙ୍କୁ ସେନା ବିଭାଗର ଛାମୁଆ ବିଭାଗରେ କାମ କରିବାକୁ ମିଳିଲା। ୧୯୯୦ରେ ଆମେରିକାର ବାୟୁସେନାରେ ମହିଳାମାନେ ଲଢ଼ୁଆ ବିମାନ ଚଳାଉଥିବା ବେଳେ ୨୦୧୯ରୁ ପ୍ରାୟ ୩ ହଜାର ମହିଳା ସ୍ଥଳସେନା ବିଭାଗର ମୁଖ୍ୟ ଭୂମିକା କାମ କରିଆସୁଛନ୍ତି ।

women-bccl

 

ଚୀନ୍‌: ବିଶ୍ୱର ସବୁଠୁ ବଡ଼ ସେନା କୁହାଯାଉଥିବା ଚୀନ୍‌ ସେନା ବିଭାଗରେ ୫ପ୍ରତିଶତ ମହିଳା ଅଛନ୍ତି । ଅର୍ଥାତ୍‌ ୧୪ ଲକ୍ଷ ସେନାଙ୍କ ମଧ୍ୟରେ ୫୩ ହଜାର ମହିଳା ଥିବା ଜଣାଯାଇଛି ।

ପାକିସ୍ତାନ: ଇଣ୍ଟରନେସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଷ୍ଟ୍ରାଟେଜିକ୍‌ ଷ୍ଟଡିଜ୍‌ ଅନୁଯାୟୀ ପ୍ରାୟ ୩୪୦୦ ମହିଳା ସେନା ବିଭାଗରେ କାର୍ଯ୍ୟରତ । ତେବେ ଯୁଦ୍ଧ କ୍ଷେତ୍ରରେ କାମ କରୁଥିବାର ସ୍ପଷ୍ଟ ଚିତ୍ର ନାହିଁ ।

କାନଡା,ଇଜ୍ରାଇଲ ଓ ଡେନ୍‌ମାର୍କ : ୧୯୮୯ରେ କାନଡା,୧୯୮୫ରେ ଇଜ୍ରାଇଲ ଓ ୧୯୮୮ରେ ଡେନ୍‌ମାର୍କର ମହିଳାମାନେ ସେନା ବିଭାଗରେ କାମ କରୁଥିବା ଜଣାଯାଇଛି ।

ଋଷ: ସେନା ବିଭାଗରେ ମହିଳାଙ୍କ ସଂଖ୍ୟା ପ୍ରାୟ ୧୦ ପ୍ରତିଶତ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.