ଆଜିଠୁ ରାଜଧାନୀର ୯ ୟୁପିଏଚସିରେ କରୋନା ପରୀକ୍ଷା, ମାଗଣାରେ ହେଉଛି ରାପିଡ୍‌ ଆଣ୍ଟିଜେନ ଟେଷ୍ଟ

ଭୁବନେଶ୍ବର: ଆଜିଠୁ ୯ ୟୁପିଏଚସିରେ କରୋନା ପରୀକ୍ଷା । ରାଜଧାନୀର ୯ ୟୁପିଏଚସି ବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ପରୀକ୍ଷା କରାଯାଉଛି । ମାଗଣାରେ ହେଉଛି ରାପିଡ୍‌ ଆଣ୍ଟିଜେନ ଟେଷ୍ଟ । ସକାଳ ୮ଟାରୁ ଅପରାହ୍ନ ୨ଟା ଯାଏ ନମୁନା ସଂଗ୍ରହ କରାଯିବ । ଜନସାଧାରଣ ଏଠାକୁ ଯାଇ ନିଜର ପରୀକ୍ଷା କରିପାରିବେ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି ।

ରିପୋର୍ଟ ପଜିଟିଭ୍‌ ଆସିଲେ ଗାଇଡଲାଇନ ଅନୁଯାୟୀ ହୋମ୍‌ ଆଇସୋଲେସନରେ ରହିପାରିବେ । ବରିଷ୍ଠ ନାଗରିକ, ବସ୍ତିବାସିନ୍ଦା, ଗୁରୁତର ରୋଗୀ ହୋମ୍‌ ଆଇସୋଲେସନରେ ରହିବେନି । ସେମାନଙ୍କୁ କୋଭିଡ ହସ୍ପିଟାଲ ପଠାଯିବ ବୋଲି ବିଏମ୍‌ସି ପକ୍ଷରୁ ଟ୍ଵିଟ୍‌ ଯୋଗେ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.