ଯାଜପୁର : ଗ୍ରାମୀଣ ଆବାସ ଯୋଜନାରେ ମହାଦୁର୍ନୀତି, ତଦନ୍ତ ଆରମ୍ଭ କଲା କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ

ଯାଜପୁର ଟାଉନ(କେନ୍ଯୁଜ୍): ଯାଜପୁର ଜିଲା ବିଂଝାରପୁର ବ୍ଲକରେ ଗ୍ରାମୀଣ ଆବାସ ଯୋଜନାରେ ବହୁ କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗରେ ତଦନ୍ତ ଆରମ୍ଭ ହୋଇଛି । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗର ଯୁଗ୍ମ ସଚିବଙ୍କ ନେତୃତ୍ୟରେ ଏକ ପାଂଚ ଜଣିଆ ଟିମ ବିଂଝାରପୁର ବ୍ଲକର ବିଭିନ୍ନ ପଂଚାୟତ ବୁଲି ତଦନ୍ତ ଆରମ୍ଭ କରିଛନ୍ତି । ଏକାଧିକ ବାର ଆବାସ ଯୋଜନାରେ ଗୃହ ପାଇଥିବା ହିତାଧିକାରୀଙ୍କ ନାମ ଓ ନିର୍ମିତ ହୋଇଥିବା ଘର ବୁଲି ଦେଖିଛନ୍ତି ।

cବ୍ଲକର ବିଭିନ୍ନ ପଂଚାୟତରେ ୧୯୮୫ ମସିହା ଠାରୁ ୨୦୧୮ ଫେବୃୟାରୀ ମାସ ସୁଦ୍ଧା ପ୍ରାୟ ୨୫୦୦୦ରୁ ଉର୍ଦ୍ଧ ଗୃହ ବଂଟାଯାଇଥିବା ବେଳେ ତନ୍ମଧ୍ୟରୁ ୬୦ପ୍ରତିଶତ ଗୃହ ହଡପ ହୋଇଥିବା ଅଭିଯୋଗ ହୋଇଥିଲା । ପ୍ରାଥମିକ ତଦନ୍ତରେ ସହଯୋଗ କରିବା ଲାଗି ଜିଲା ପ୍ରସାଶନକୁ ଆବଶ୍ୟକିୟ କାଗଜପତ୍ର ଯୋଗାଇଦେବାକୁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସହାୟତା ମଗାଯାଇଛି ଏବଂ ତଦନ୍ତପରେ ସଂପୁର୍ଣ ରିର୍ପୋଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଯୁଗ୍ମ ସଚିବ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.