ମହଙ୍ଗା ପଡ଼ିଲା ବସୁନ୍ଧରା ଯୋଜନାରେ ଦୁର୍ନୀତି: ଭଦ୍ରକ ତିହିଡ଼ି ତହସିଲଦାରଙ୍କ ସମେତ ୫ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭଦ୍ରକ (କେନ୍ଯୁଜ୍): ମହଙ୍ଗା ପଡ଼ିଲା ବସୁନ୍ଧରା ଯୋଜନାରେ ଦୁର୍ନୀତି । ଭଦ୍ରକ ଜିଲ୍ଲା ତିହିଡ଼ି ତହସିଲଦାରଙ୍କ ସମେତ ୫ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ । ଏମାନଙ୍କ ଭିତରେ ଚାରି ଜଣ ପୂର୍ବତନ ଆରଆଇ ଅଛନ୍ତି । ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ଗିରଫ ଅଭିଯୁକ୍ତମାନେ ହେଲେ ଡିହିଡିର ବର୍ତ୍ତମାନର ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା । ସେ ପୂର୍ବରୁ କୁଡଙ୍ଗ ତହସିଲଦାର ଥିଲେ । ଅନ୍ୟମାନେ ହେଲେ ପୂର୍ବତନ ଆରଆଇ ସନ୍ତୋଷ ମଲ୍ଲିକ, ନରେନ୍ଦ୍ର କୁମାର ଲେଙ୍କା, ସୁବାସ ଚନ୍ଦ୍ର ଦାସ ଓ ଜ୍ୟୋତିଭୂଷଣ ବାରିକ ।

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଓ ପାରାଦୀପ ଅଞ୍ଚଳରେ ହୋଇଛି ଏହି ଦୁର୍ନୀତି । ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ୩୪ ଡେସିମିଲ୍‌ ମୂଲ୍ୟବାନ ସରକାରୀ ଜମିକୁ ଚଞ୍ଚକତା କରି ଅଯୋଗ୍ୟ ହିତାଧିକାରୀଙ୍କୁ ଟେକି ଦେଇଥିଲେ । ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସର ୯ଟି ଟିମ୍‌ ଭୁବନେଶ୍ୱର, କଟକ, ଭଦ୍ରକ ଓ ଜଗତସିଂହପୁରରେ ବଡ଼ ଧରଣର ରେଡ୍‌ କରିଥିଲା । ଏମାନଙ୍କ ଭିତରେ ଥିଲେ ଜଗତସିଂହପୁରର ପୂର୍ବତନ ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି । ଘଟଣାର ଅଧିକ ତଦନ୍ତ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.