ସୁକମା ପୋଲିସ ନିକଟରେ ୨୪ ନକ୍ସଲ ସହ ୭୬ ନକ୍ସଲ ସମର୍ଥକଙ୍କ ଆତ୍ମସମର୍ପଣ

ମାଲକାନଗିରି(କେନ୍ଯୁଜ୍): ସୁକମା ପୋଲିସ ନିକଟରେ ୨୪ ନକ୍ସଲ ସହ ୭୬ ନକ୍ସଲ ସମର୍ଥକଙ୍କ ଆତ୍ମସମର୍ପଣ । ସୁକମା ଜିଲ୍ଲା ଚିନ୍ତଲନା ଥାନା ଅଞ୍ଚଳର ଶହେରୁ ଉର୍ଦ୍ଧ୍ଵ ଗ୍ରାମବାସୀ ସୁକମା ଜିଲ୍ଲା ପୋଲିସ ନିକଟରେ ପହଞ୍ଚି ନକ୍ସଲଙ୍କୁ ଆଉ ସମର୍ଥନ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଆଗାମୀ ଦିନରେ ବିକାଶ କାର୍ଯ୍ୟରେ ସମସ୍ତେ ସହଯୋଗ କରିବେ । ଗାଁରେ ପାଣି,ବିଦ୍ୟୁତ,ରାସ୍ତା ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି ଗ୍ରାମବାସୀ । ଦୁର୍ଗମ ଅଂଚଳରୁ ବାହାରି ସିରସିଟି ଗାଁରେ ପହଞ୍ଚିବା ପରେ ସମସ୍ତଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟକୁ ଆଣିଥିଲା ପୋଲିସ।

ଆତ୍ମସମର୍ପଣ କରିଥିବା ୨୪ ଜଣ ନକ୍ସଲଙ୍କୁ ଏସପି ସ୍ୱାଗତ କରିବା ସହ ଆଗାମୀ ଦିନରେ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି କହିଛନ୍ତି । ନକ୍ସଲବାଦ ଯୋଗୁଁ ହିଁ ଆମର ଉନ୍ନତି ହୋଇପାରୁନାହିଁ । ନକ୍ସଲଙ୍କୁ ସମର୍ଥନ ବନ୍ଦ କରନ୍ତୁ । ସରକାରଙ୍କୁ ସହଯୋଗ କଲେ ଆପଣଙ୍କ ନିକଟରେ ସ୍କୁଲ, କଲେଜ, ଅଙ୍ଗନବାଡି ଭଳି ଯୋଜନା ପହଞ୍ଚିପାରିବ ବୋଲି ଗ୍ରାମବାସୀଙ୍କୁ ସଚେତନ କରିଥିଲେ ସୁକମା ଏସପି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.