ଆଜିିଠୁ ଶିମିଳିପାଳରେ ବାଘ ଗଣନା ଆରମ୍ଭ, ଜାନୁଆରୀ ୨୦ ଯାଏ ଚାଲିବ ସର୍ଭେ

ଆଜିିଠୁ ଶିମିଳିପାଳ ଅଭୟାରଣ୍ୟ ସହ ବାରିପଦା ସର୍କଲର ୫ଟି ବନଖଣ୍ଡରେ ଆରମ୍ଭ ହେବ ବାଘ ଗଣନା । ଏଥିରେ ପ୍ରକଳ୍ପର ୧୯ଟି ରେଞ୍ଜ୍ ର ୨୦୯ଟି ଟିମ୍ ଗଣନାରେ ନିୟୋଜିତ ଅଛନ୍ତି । ତଦାରଖ ପାଇଁ ସମସ୍ତ ଅଧିକାରୀ ଉପସ୍ଥିତ ରହିବେ । ଆଜିଠୁ ଆରମ୍ଭ ହୋଇ ଜାନୁଆରୀ ୨୦ ଯାଏ ସର୍ଭେ ଚାଲିବ ।

କରଞ୍ଜିଆ (କେନ୍ୟୁଜ): ଆଜିିଠୁ ଶିମିଳିପାଳ ଅଭୟାରଣ୍ୟ ସହ ବାରିପଦା ସର୍କଲର ୫ଟି ବନଖଣ୍ଡରେ ଆରମ୍ଭ ହେବ ବାଘ ଗଣନା । ଏଥିରେ ପ୍ରକଳ୍ପର ୧୯ଟି ରେଞ୍ଜ୍ ର ୨୦୯ଟି ଟିମ୍ ଗଣନାରେ ନିୟୋଜିତ ଅଛନ୍ତି । ତଦାରଖ ପାଇଁ ସମସ୍ତ ଅଧିକାରୀ ଉପସ୍ଥିତ ରହିବେ । ଆଜିଠୁ ଆରମ୍ଭ ହୋଇ ଜାନୁଆରୀ ୨୦ ଯାଏ ସର୍ଭେ ଚାଲିବ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓଡ଼ିଶାର ସର୍ବବୃହତ ବ୍ୟାଘ୍ର ପ୍ରକଳ୍ପ । ଏନଟିସିଏ ଗଣନା ମୁତାବକ ଶିମିଳିପାଳରେ ୨୦ରୁ ଅଧିକ ବାଘ ଅଛନ୍ତି । ୨୭ ହଜାର ବର୍ଗ କିଲୋମିଟର ବ୍ୟସାର୍ଦ୍ଧ ଶିମିଳିପାଳ ଅଭୟାରଣ୍ୟ । ଏହି ଅଭୟାଣ୍ୟରେ ସର୍ବାଧିକ ମହାବଳ ବାଘ ଅଛନ୍ତି ।

ଚାରିବର୍ଷରେ ଥରେ ଏନଟିସିଏ ପକ୍ଷରୁ ଗଣାନା କରାଯାଉଥିବା ବେଳେ ସଠିକ ବାଘ ସଂଖ୍ୟା ଜାଣିବାକୁ ଚଳିତ ବର୍ଷ ଠାରୁ ରାଜ୍ୟ ସରକାର କରୁଛନ୍ତି ବାଘ ଗଣନା । ତାଲିମପ୍ରାପ୍ତ କର୍ମଚାରୀଙ୍କୁ ନେଇ ପ୍ରେସର୍ ଇମ୍ପ୍ରେସନ ପ୍ୟାଡ ଅଥବା ପିଆଇପି, ଟ୍ରାପ କ୍ୟାମେରା , ପଗ୍ ମାର୍କ ପାଦ ଚିହ୍ନ ଗଣନା ଓ ଟ୍ରାନଜେକ୍ଟ ଲାଇନ ମାଧ୍ୟମରେ ବାଘ ଗଣନା ହେବ । ସଠିକ ଗଣନା ପ୍ରମାଣିତ ପାଇଁ ଏମ୍ସ ଷ୍ଟ୍ରାଇପ୍ ଆପକୁ ଗଣନାରେ ସାମିଲ କରିଛି ବନ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.