କୁଦୋପାଲି ଗ୍ରାମର ଆତ୍ମହତ୍ୟା କଲେ ସ୍ବାମୀ-ସ୍ତ୍ରୀ          

ସ୍ବାମୀ-ସ୍ତ୍ରୀଙ୍କ ଆତ୍ମହତ୍ୟା।  ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଆଗଲପୁର ବ୍ଲକ ଝର୍ଣୀପାଳି ପଞ୍ଚାୟତର କୁଦୋପାଲି ଗ୍ରାମରେ । 

ଵଲାଙ୍ଗିର : ସ୍ବାମୀ-ସ୍ତ୍ରୀଙ୍କ ଆତ୍ମହତ୍ୟା।  ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଆଗଲପୁର ବ୍ଲକ ଝର୍ଣୀପାଳି ପଞ୍ଚାୟତର କୁଦୋପାଲି ଗ୍ରାମରେ ।  ଉଭୟ ସ୍ବାମୀ-ସ୍ତ୍ରୀ କୌଣସି କାରଣରୁ ବିଲ ମଝିରେ ସ୍ଵାମୀ ରଶି ଲଗାଇ ଏକ ଗଛ ମୂଳରେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ସ୍ଵାମୀଙ୍କ ଆତ୍ମହତ୍ୟା ସ୍ଥଳରେ  ତାଙ୍କ  ସ୍ତ୍ରୀ ମରି ପଡିଥିବାର ଦେଖିବାକୁ ମିଳିଛି ।

ଏଭଳି ଏକ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଉଭୟ ସ୍ବାମୀ ସ୍ତ୍ରୀ ଏକା ସାଙ୍ଗରେ ଆତ୍ମହତ୍ୟା କରିବା ଅଞ୍ଚଳରେ ପ୍ରଥମ ଘଟଣା ବୋଲି ଜଣାପଡ଼ିଛି । ସାଇଣ୍ଟଫିକ ଦଳ ଘଟଣାସ୍ଥଳରେ ପହଞ୍ଚି ଆତ୍ମହତ୍ୟାର କାରଣ କ’ଣ ଜାଣିବା ପାଇଁ ତଦନ୍ତ ଚଳାଇଛନ୍ତି ।

ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଵଲାଙ୍ଗିର ଭୀମଭୋଇ ଡାକ୍ତର ଖାନାକୁ ଅଣାଯାଇଛି । ଆତ୍ମହତ୍ୟା କରିଥିବା ସ୍ବାମୀ-ସ୍ତ୍ରୀଙ୍କ ଏକ ପୁତ୍ର ସନ୍ତାନଟିଏ ଥିବା ବେଳେ ବିବାହ 5 ବର୍ଷ ହୋଇଛି । ପୋଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ପଠେଇଛି । ମୃତ ବ୍ୟକ୍ତିଙ୍କ ନାମ ହେଉଛି ଖିରୋଦ୍ର ବରିହା, ତରଣି ବରିହା ବୋଲି ଜଣାପଡ଼ିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.