ଓଡ଼ିଶାରେ ନିର୍ମାଣ ହେବ ବିଦ୍ୟୁତ ଯାନ, ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି

ଓଡ଼ିଶାରେ ନିର୍ମାଣ ହେବ ବିଦ୍ୟୁତ ଯାନ। ଜେଏସଡବ୍ଲୁ ନରାଜରେ କରିବ ବୈଦ୍ୟୁତିକ ଯାନ କାରଖାନା। ରାଜ୍ୟ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି ହୋଇଛି।

ଭୁବନେଶ୍ୱର: ଓଡ଼ିଶାରେ ନିର୍ମାଣ ହେବ ବିଦ୍ୟୁତ ଯାନ। ଜେଏସଡବ୍ଲୁ ନରାଜରେ କରିବ ବୈଦ୍ୟୁତିକ ଯାନ କାରଖାନା। ରାଜ୍ୟ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି ହୋଇଛି। ଗୋଟିଏ କାରଖାନାରେ ପ୍ରସ୍ତୁତ ହେବ ବ୍ୟାଟେରି ଓ ଇଭି। ୫୦ ହଜାର ମେଗାଓ୍ବାଟର ବ୍ୟାଟେରୀ ମାନୁଫାକଚରିଂ ୟୁନିଟ ପ୍ରସ୍ତୁତ ହେବ । ପ୍ରକଳ୍ପରେ ୪୦ ହଜାର କୋଟି ନିବେଶ କରିବ ଜେଏସଡବ୍ଲୁ।

ଏଥିରେ ୧୨ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପ୍ରକଳ୍ପରେ ରାଜ୍ୟ କ୍ୟାବିନେଟର ମୋହର ଲାଗିଛି। ରାଜ୍ୟ ସରକାର ଗ୍ରୀନ ଏନର୍ଜି ଉପରେ ଫୋକସ ରଖିଛନ୍ତି । ଏଥିଲାଗି ଇଭି କ୍ଷେତ୍ର ଉପରେ ଗୁରୁତ୍ବ ଦିଆଯାଉଛି । ସେହିପରି ରାଜ୍ୟରେ କଫି ଚାଷ ବୃଦ୍ଧି ନେଇ ପ୍ରସ୍ତାବକୁ ମିଳିଛି ମଂଜୁରୀ ।

୬ଜିଲ୍ଲାରେ ୧ଲକ୍ଷ ଏକର ଜମିରେ କଫି ଚାଷ କରିବା ଲକ୍ଷ୍ୟ ରଖାଯାଇଛି। ସେହିପରି ସ୍ଥିତିବାନ ସ୍ବତ୍ତ୍ବ ଦେୟ ହ୍ରାସକୁ କ୍ୟାବିନେଟ୍ ମୋହର ଲାଗିଛି। ଲିଜ ସୂତ୍ରରେ ପାଇଥିବା ସରକାରୀ ଜମିର ସ୍ଥିତିବାନ ଦେୟ ହ୍ରାସ ହୋଇଛି। ସ୍ଥିତିବାନ ଦେୟ ୧୦ ପ୍ରତିଶତରୁ ୩ ପ୍ରତିଶତକୁ ହ୍ରାସ ହେବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ୧୪ଟି ପ୍ରସ୍ତାବ ଉପରେ ଲାଗିଛି ମୋହର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.