ବୃଦ୍ଧ ଦମ୍ପତିଙ୍କୁ ବାନ୍ଧି ଆକ୍ରମଣ ପରେ ଲୁଟ୍: ଘରେ ପଶି କଳାକନା ବୁଲାଇଲେ ୭ ଦୁର୍ବୃତ୍ତ
![loot](https://knewsodisha.com/wp-content/uploads/2022/06/loot-2.jpg)
ସମ୍ବଲପୁର(କେନ୍ୟୁଜ୍): ବୃଦ୍ଧ ଦମ୍ପତିଙ୍କୁ ବାନ୍ଧି ଆକ୍ରମଣ ପରେ ଲୁଟ୍ । ଘରେ ପଶି କଳାକନା ବୁଲାଇଲେ ୭ ଦୁର୍ବୃତ୍ତ । ସମ୍ବଲପୁର ସିଟି ଷ୍ଟେସନ ନିକଟରେ ଲୁଟ୍ ହୋଇଛି। ଶ୍ୟାମ ସୁନ୍ଦର ଡାଲମିୟା ଓ ତାଙ୍କ ସ୍ତ୍ରୀ ଘରେ ଥିବାବେଳେ ୭ଜଣ ଦୁର୍ବୃତ୍ତ ଘର ଭିତରକୁ ଯାଇଥିଲେ ।
ବୃଦ୍ଧଙ୍କ ସହ କିଛି ଆଲୋଚନା ପରେ ଆକ୍ରମଣ କରି ବାନ୍ଧି ଦେଇଥିଲେ। ପରେ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ବାନ୍ଧି ଦେଇଥିଲେ । ଘର ଭିତରୁ ୧୦ ଲକ୍ଷ ଟଙ୍କାର ସୁନାଗହଣା ସହ ନଗଦ ୬୦ ହଜାର ଟଙ୍କା ନେଇଯାଇଛନ୍ତି ଦୁର୍ବୃତ୍ତ। ଅଭିଯୋଗ ପରେ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ପୋଲିସ।