କେନ୍ଦୁଝରରେ ଗଡିଲା କୋଭିଡ ୧୯ ଭ୍ରାମ୍ୟମାଣ ଟେଷ୍ଟିଂ ଗାଡି, ସ୍ବାବ ସଂଗ୍ରହ କରିବା ସହ କରିବ ସଚେତନ

କେନ୍ଦୁଝର(କେ ନ୍ଯୁଜ): କୋଭିଡ଼ ୧୯ ମହାମାରୀ ଧିରେ ଧିରେ ସାରା ଦେଶରେ ତାର କାୟା ବିସ୍ତାର ଆରମ୍ଭ କରୁଛି । ଏହି ମହାମାରୀକୁ ଦେଖି ଏହାର ସଚେତନତା ସୃଷ୍ଟି ପାଇଁ ପ୍ରଶାସନ ଅଣ୍ଟା ଭିଡିଛି । ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ସଚେତନତା ଗାଡିର ଉଦଘାଟନ ହୋଇଛି ।
ଏହି ସଚେତନତା ଗାଡିକୁ ଜିଲ୍ଲାପାଳ ଆଶିଷ ଠାକରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଗାଡି ଗାଁ ଗାଁ ବୁଲି କୋଭିଡ଼ ୧୯ ର ସଚେତନତା କରିବା ସହ ସ୍ୱାବ ସଂଗ୍ରହ ମଧ୍ୟ କରିବ । ଏହି ଗାଡି ଅପହଞ୍ଚ ଅଞ୍ଚଳ ପାଇଁ ବିଶେଷ ଉପଯୋଗୀ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.