ବୁର୍ଲା ମେଡିକାଲରେ ସମୀକ୍ଷା ବୈଠକ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସୂଚନା, ଆସନ୍ତାକାଲିଠାରୁ ବୁର୍ଲାରେ ହେବ କରୋନା ଟେଷ୍ଟ

ସମ୍ବଲପୁର :କରୋନା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସମୀକ୍ଷା । ବୁର୍ଲା ଭିମସାରରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ବୈଠକରେ ମେଡିକାଲରେ ବିଭିନ୍ନ ବିଭଗାର ମୁଖ୍ୟଙ୍କ ସମେତ ନିର୍ଦେଶକ, ପ୍ରିନସିପାଲ ଓ ଅଧିକ୍ଷକ ଉପସ୍ଥିତ ଥିଲେ । କରୋନା ଟେଷ୍ଟ ଶ୍ରୀଘ କରିବାକୁ ନିର୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । କୋଭିଡ଼ ଆଇସୋଲେସନ ସେଣ୍ଟର କିଭଳି କାର୍ଯ୍ୟ କରୁଛି ସେନେଇ ଆଲୋଚନା କରିଛନ୍ତି । ଆବଶ୍ୟକ ସଂଖ୍ୟକ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ୍‌ ପଦବୀ ମଞ୍ଜୁର କରାଯାଇଛି । ଆଚାର୍ଯ୍ୟ ହରିହର କ୍ୟାନସର ହପସିଟାଲରେ ୧୨୯୫ ଷ୍ଟାଫ ନର୍ସ ପଦବୀ ମଞ୍ଜୁର କରାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହଛନ୍ତି । କାଲିଠୁ କୋଭିଡ଼ ଟେଷ୍ଟ ହେବାନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.