କରୋନା ପାଇଁ ଚାକିରି ହରାଇଥିଲେ ଏହିବ୍ୟକ୍ତି, କିନ୍ତୁ ଏମିତି ବନିଗଲେ କୋଟିପତି

ନିଆରା ବ୍ୟକ୍ତି, ଆଜିର ଦୁନିଆରେ ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରେ ସ୍ୱତନ୍ତ୍ର। ଯିଏ କରୋନା ଭାଇରସ କାରଣରୁ ବେରୋଜଗାରିଆ ହୋଇଥିବାରୁ କିପରି ଏଭଳି ପରିସ୍ଥିତିର ସାମ୍ନା କରିବେ ସେ ନେଇ ଚିନ୍ତାରେ। ଜଣେ ବ୍ୟକ୍ତି ପତ୍ନୀ ଏବଂ ପିଲାକୁ ନେଇ କିପରି ପରିବାରର ସମର୍ଥନ କରିବେ ସେ ନେଇ ଖୁବ ଚିନ୍ତାରେ ରହିଥିଲେ। କିନ୍ତୁ ସମୟ ଅନୁସାରେ ଯେତେବେଳେ ବ୍ୟକ୍ତି ଜଣକ ଅଷ୍ଟ୍ରେଲିଆର ଲୋଟସ ସେଟ ଫର ଲାଇଫ ଗେମରେ ଶୀର୍ଷ ପୁରସ୍କାର ଜିତିଥିଲେ ସେତେବେଳେ ଏସବୁ ବଦଳି ଯାଇଥିଲା।

1_lottery-balls

ସୂଚନା ମୁତାବକ ଆଗାମୀ ୨୦ବର୍ଷ ପାଇଁ ପରିବାରକୁ ୨୦,୦୦୦ ଟଙ୍କା ପୁରସ୍କାର ରାଶି ମିଳିଛି, ଯାହା ଗୋଟିଏ ମାସରେ ୧୦,୨୦୦ ଟଙ୍କା ସମାନ। ଏନେଇ ବ୍ୟକ୍ତି ଜଣକ କହିଛନ୍ତି, ଏହା ଏକ ଅଦ୍ଭୁତ ଭାବନା। ଆମେ ଏକ ଯୁବ ପରିବାର ଏବଂ ଆମର ଏକ ସନ୍ତାନ ମଧ୍ୟ ରହିଛି। ଏଥିପାଇଁ ଆମେ ଏହି ଅର୍ଥ ରାଶିକୁ ଆମ ଆଗାମୀ ଜୀବନ ପାଇଁ ସଞ୍ଚିତ କରି ରଖିବୁ। ମୁଁ ବର୍ତ୍ତମାନ covid-19 ପାଇଁ ମୋର ଚାକିରି ହରାଇ ସାରିଥିବା ବେଳେ ଏହି ପୁରସ୍କାର ପାଇଁ ମୁଁ ବର୍ତ୍ତମାନ ଚିନ୍ତା ମୁକ୍ତ ହୋଇପାରିଛି। ଏନେଇ ଏବେ ମୁଁ ବହୁତ ଖୁସି ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.