Below header

ଆଉ ଫସଲ ବିକ୍ରି କରିବାକୁ ହେବନି ସମସ୍ୟା, ଚାଷୀଙ୍କ ପାଇଁ ସରକାର ଲଞ୍ଚ କଲେ Kisan Rath ଆପ୍

କରୋନା ଭାଇରସ କାରଣରୁ ଦେଶରେ ୩ ମେ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି। ଲକଡାଉନ ପାଇଁ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ ଏବଂ ଦିନ ମଜୁରିଆ। ଲକଡାଉନ ପାଇଁ ଚାଷୀଙ୍କୁ ଫସଲ ଏବଂ ପରିବା ବିକ୍ରି କରିବାରେ ବହୁତ ସମସ୍ୟା ହେଉଛି। ଚାଷୀଙ୍କର ଏହି ସମସ୍ୟାକୁ ଦେଖି କେନ୍ଦ୍ରୀୟ କୃଷି ଏବଂ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ ତଥା ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଗତକାଲି ଅର୍ଥାତ ଶୁକ୍ରବାର କୃଷି ଉତ୍ପାଦ ପରିବହନରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ କିସାନ ରଥ ମୋବାଇଲ ଆପ ଲଞ୍ଚ କରିଛନ୍ତି। ଏହି ଆପ ଜରିଆରେ ଚାଷୀ ଏବଂ ବେପାରୀ ସହଜରେ ଫସଲକୁ କିଣା ବିକା କରିପାରିବେ। ତାହାଲେ ଆସନ୍ତୁ ଜାଣିବା ଏହି ଆପକୁ ବ୍ୟବହାର କରିବାର ତରିକା।

ଯଦି ଆପଣଙ୍କ ପାଖରେ ଆଣ୍ଡ୍ରଏଡ଼ ସ୍ମାର୍ଟଫୋନ ଅଛି ତେବେ ଆପଣ ଏହି କିସାନ ରଥ ଆପକୁ ଗୁଗଲ ପ୍ଲେ-ଷ୍ଟୋରରେ ଡାଉନଲୋଡ କରନ୍ତୁ। ଡାଉନଲୋଡ କରିବା ପରେ ଆପଣଙ୍କୁ ନାମ, ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଭଳି ବିବରଣୀ ଦେବା ସହିତ ପିଏମ କିସାନ ପାଇଁ ରେଜିଷ୍ଟ୍ରେସନ କରିବାକୁ ହେବ।

kisanଯଦି ଆପଣ ବେପାରୀ ତେବେ ଆପଣଙ୍କ କମ୍ପାନୀର ନାମ, ନିଜ ନାମ, ମୋବାଇଲ ନମ୍ବର ସହିତ ରେଜିଷ୍ଟ୍ରେସନ କରିବାକୁ ହେବ। ଏହା କରିବା ପରେ ଆପଣ ମୋବାଇଲ ନମ୍ବର ଏବଂ ପାସୱାର୍ଡ଼ ଜରୀଆରେ ଏହି ଆପକୁ ଲଗଇନ କରିପାରିବେ। କିଷାନ ରଥ ଇଂରାଜୀ, ହିନ୍ଦୀ, ଗୁଜରାଟୀ ମରାଠୀ, ପଞ୍ଜାବୀ, ତାମିଲ, କନ୍ନଡ ଏବଂ ତେଲୁଗୁ ଭାଷାରେ ଉପଲବ୍ଧ ରହିଛି।

କିଷାନ ରଥ ଆପର ଫାଇଦା କଣ ଜାଣନ୍ତୁ?

ସରକାର କିଷାନ ରଥ ଆପକୁ ଲକଡାଉନ ସମୟରେ ପରିବା ଏବଂ ଫସଲ କିଣା-ବିକା ପାଇଁ ଲଞ୍ଚ କରାଯାଇଛି। ଯାହାଦ୍ୱାରା ଚାଷୀ ମାନେ ସହଜରେ ନିଜ ସାମଗ୍ରୀକୁ ବିକ୍ରି କରିପାରିବେ ଏବଂ ବେପାରୀ କିଣି ପାରିବେ। ପ୍ଲେ-ଷ୍ଟୋରରେ ଦିଆଯାଇଥିବା ସୂଚନା ଅନୁଯାୟୀ କିଷାନ ରଥ ସାରା ଦେଶର ଚାଷୀ ଏବଂ ବ୍ୟବସାୟୀଙ୍କ ଲାଭ ପାଇଁ କରାଯାଇଛି ଯାହାଦ୍ୱାରା କୃଷି ଉତ୍ପାଦକୁ ବଜାର ପର୍ଯ୍ୟନ୍ତ ପହଞ୍ଚାଇବାରେ ସହଜ ହେବ।

ଏହି ଆପ ଦ୍ୱାରା ଚାଷୀ ଏବଂ ବେପାରୀଙ୍କୁ ପରିବହନ ବାହାନ (ଟ୍ରକ କିମ୍ବା ଅନ୍ୟ ଜିନିଷ ବହନ କରୁଥିବା ଯାନ) ବିଷୟରେ ସୂଚନା ମିଳିବା। ଆପରେ ଗାଡିର ଆସିବା ସମୟ ଏବଂ ସ୍ଥାନ ବିଷୟରେ ମଧ୍ୟ ସୂଚନା ମିଳିବ ଯାହାଦ୍ୱାରା ଚାଷୀ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ନିର୍ଦ୍ଧିଷ୍ଟ ସ୍ଥାନ ଏବଂ ସ୍ଥାନକୁ ଯାଇ ଫଳ, ପରିବା ଏବଂ ଫସଲକୁ ବିକ୍ରି କରିପାରିବେ। ଏହି ଆପ ଜରିଆରେ ଟ୍ରାନ୍ସପୋଟର୍ସ ମଧ୍ୟ ନିଜ ଗାଡିକୁ ଫସଲ ନେବା ଆଣିବା କାମ ପାଇଁ ରେଜିଷ୍ଟ୍ରେସନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.